ଦିବ୍ୟାଙ୍ଗ ପ୍ରେମୀଯୁଗଳଙ୍କ ରହସ୍ୟମୟ ଆତ୍ମହତ୍ୟା : ଭିଡିଓ ସେଲ୍ଫି କରି ପଠାଇଥିଲେ ହ୍ବାଟସଆପ୍ ଗୃପରେ
11/09/2020 at 10:39 AM

ତେଲେଙ୍ଗାନା ୧୧/୧୦: ତେଲେଙ୍ଗାନାର ନଲଗୋଣ୍ଡାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଏଠାରେ ଗୁରୁବାର ଜଣେ ଦିବ୍ୟାଙ୍ଗ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଦୁହେଁ ଇଶାରାରେ ଏକ ଭିଡିଓ ସେଲଫି କରିଥିଲେ ଏବଂ ସେଥିରେ କହିଥିଲେ ଯେ ସେମାନେ ଆତ୍ମହତ୍ୟା କରୁଛନ୍ତି।
ପୋଲିସ୍ ଉଭୟଙ୍କ ଶବକୁ ଉଦ୍ଧାର କରିଛି। ଉଭୟଙ୍କ ଦଗ୍ଧ ଶବକୁ ଉଦ୍ଧାର କରାଯାଇଛି। ଦିବ୍ୟାଙ୍ଗ ପ୍ରେମୀଯୁଗଳ ଏହି ଭିଡିଓ ନିଜର ସାଙ୍ଗଙ୍କୁ ପଠାଇଥିଲେ। ତାଙ୍କ ସାଙ୍ଗ ତୁରନ୍ତ ପୋଲିସକୁ ସୂଚନର ଦେଇଥିଲେ। ପୋଲିସ ସେଠାକୁ ପହଞ୍ଚିବାବେଳେ ବହୁତ ବିଳମ୍ବ ହୋଇସାରିଥିଲା।
ପୋଲିସର କହିବା ଅନୁସାରେ ଶେଖ ମସ୍ତାନ ଅଲି ଏବଂ ଏନ.ଅଶ୍ବିନୀ ଏକ ଇ-କମର୍ସ କମ୍ଫାନୀରେ ପ୍ୟାକିଂ କାମ କରୁଥିଲେ। ୬ମାସ ତଳେ ଯୁବତୀ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ହାଇଦ୍ରାବାଦର ଏକ ମହିଳା ଥାନାରେ ନିଖୋଜ ରିପୋର୍ଟ ଲେଖାଯାଇଥିଲା। ବୁଧବାର ଦୁହେଁ ନଲଗୋଣ୍ଡା ପହଞ୍ଚିଥିଲେ ଏବଂ ଏକ ଶୁନଶାନ ସ୍ଥାନରେ ଉଭୟେ ପରସ୍ପର ଦେହରେ ନିଆଁ ଲଗାଇ ଦେଇଥିଲେ। ପୋଲିସ୍ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।
ମସ୍ତାନ(୨୭) ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହୁଥିଲେ ଏବଂ ବିବାହିତ ଥିଲେ। କିନ୍ତୁ ଅଶ୍ବିନୀ(୨୦) ତେଲେଙ୍ଗାନାର ନିଜାମାବାଦରେ ରହୁଥିଲେ ଏବଂ ଅବିବାହିତ ଥିଲେ। ଦୁହେଁ ହାଇଦ୍ରାବାଦର ମେହଦୀପଟ୍ଟନମ ଅଞ୍ଚଳରେ ଭିନ୍ନ ଭିନ୍ନ ରହୁଥିଲେ କିନ୍ତୁ ଗୋଟିଏ କମ୍ପାନୀରେ ଏକାଠି କାମ କରୁଥିଲେ। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଅଶ୍ନିନୀଙ୍କ ଘରଲୋକେ ତାଙ୍କ ନିଖୋଜ ହେବାର ମାମଲା ରୁଜୁ କରିଥିଲେ। ଉଭୟଙ୍କ ମୋବାଇଲ୍ ପୂର୍ବରୁ ବନ୍ଦ ଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ଦୁହେଁ ନିଜ ସାଙ୍ଗଙ୍କ ହ୍ବାଟସଆପ୍ ଗୃପରେ ସେଲ୍ଫି ଭିଡିଓ ପଠାଇଥିଲେ ଏବଂ ଲୋକେସନର ସୂଚନା ଦେଇଥିଲେ।