Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ ବିଜେଡିରେ ଯୋଗ ଦେବା ଚର୍ଚ୍ଚା ବଢିଲା ଆଉ ପାଦେ, ପୋଷ୍ଟର ପରେ ଭିତ୍ତିପ୍ରସ୍ତର ନାମ ଫଳକରେ ବି ନାଁ

4/01/2019 at 4:35 PM

ସମ୍ବଲପୁର ୪|୧: ରେଢ଼ାଖୋଲରେ ଆୟୋଜିତ ବିଜେଡିର ବିକାଶ ସମାବେଶ ପୋଷ୍ଟରରେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଫଟୋକୁ ନେଇ ଖୁବ୍‌ ହୋ-ହଲ୍ଲା ହେଲା । ସରକାରଙ୍କୁ ଟାର୍ଗେଟ୍‌ ପାଇଁ ବିରୋଧୀଙ୍କୁ ମଉକା ମିଳିଲା । ସଚିବ ମହାଶୟ ଖୁବ୍‌ ଶୀଘ୍ର ରାଜନୀତିରେ ଏଣ୍ଟ୍ରି କରୁଛନ୍ତି ବୋଲି ମଧ୍ୟ ଜୋର୍‌ ଧରିଛି ଚର୍ଚ୍ଚା । ୟା ଭିତରେ ପୁଣି ଥରେ ରେଢ଼ାଖୋଲରେ ରାସ୍ତା ଉନ୍ନତିକରଣ ପାଇଁ ପଡ଼ିଥିବା ଭିତ୍ତିପ୍ରସ୍ଥର ନାମ ଫଳକରେ ସଚିବ ନଳୀନି ପ୍ରଧାନଙ୍କ ନାଁକୁ ନେଇ ସରଗରମ ହେଲାଣି ରାଜନୀତି ।

ପ୍ରଥମେ ପୋଷ୍ଟରରେ ଫଟୋ । ଆଉ ଏବେ ଭତ୍ତିପ୍ରସ୍ଥର ନାମଫଳକରେ ନାଁ ଲେଖାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ଚର୍ଚ୍ଚା ରାଜ୍ୟ ସରକାରଙ୍କ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ନେଇ । ପ୍ରଥମେ ରେଢ଼ାଖୋଲରେ ଆୟୋଜିତ ବିଜେଡିର ବିକାଶ ସମାବେଶ ପୋଷ୍ଟରରେ ପ୍ରଧାନବାବୁଙ୍କ ଫଟୋକୁ ନେଇ ଖୁବ୍‌ ହୋ-ହଲ୍ଲା ହେଲା । ସଚିବ ମହାଶୟ ଖୁବ୍‌ ଶୀଘ୍ର ରାଜନୀତିରେ ଏଣ୍ଟ୍ରି କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲା । ହେଲେ ସେଇ ଚର୍ଚ୍ଚାକୁ ଆଉଟିକେ ବଳ ଦେଇଛି ନାମ ଫଳକରେ ସଚିବଙ୍କ ନାଁ ଲେଖାକୁ ନେଇ । ମାନେ ରେଢ଼ାଖୋଲରେ ରାସ୍ତା ଉନ୍ନତିକରଣ ପାଇଁ ପଡ଼ିଥିବା ଭିତ୍ତିପ୍ରସ୍ଥର ନାମ ଫଳରେ ସଚିବ ନଳୀନି ପ୍ରଧାନଙ୍କ ନାଁ ରହିଥବା ଦେଖିବାକୁ ମିଳିଛି । ହେଲେ ପୋଷ୍ଟରରେ ସଚିବଙ୍କ ଫଟୋକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସଫେଇ ଦେଇଛନ୍ତି ରେଖାଖୋଲ ବିଧାୟକ । ହେଲେ ବିରୋଧୀ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିବା ମୁଡ୍‌ରେ ନାହାନ୍ତି ।

ପ୍ରଥମେ ପୋଷ୍ଟର ଫଟୋ ଆଉ ତା’ ପରେ ନାମଫଳକରେ ନାଁକୁ ନେଇ ସମାଲୋଚନା ଘେରକୁ ଟାଣି ହୋଇଆସିଥିବା ପୂର୍ତ୍ତ ସଚିବ ନଳୀନି ପ୍ରଧାନ କିନ୍ତୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି ତାଙ୍କର କୁଆଡ଼େ ରାଜନୀତିକୁ ଆସିବାର ନାହିଁ । ଯାହା ଚର୍ଚ୍ଚା ହେଉଛି ସବୁ ମିଛ ।

ନଳୀନି ବାବୁ ଯେତେ ମନା କଲେବି ସାମାଲୋଚକଙ୍କ ମୁହଁ ବନ୍ଦ କରିପାରିବେନି । ନିର୍ବାଚନ ବର୍ଷରେ ପୁଣି ମନ୍ତ୍ରୀ ବିଧାୟକ, ସାଂସଦଙ୍କ ସହ ବିକାଶ ସମାବେଶରେ ପୂର୍ତ୍ତ ସଚିବଙ୍କ ଏଭଳି ଢ଼ଙ୍ଗରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏଥି ସହ ଆସନ୍ତା ଦିନରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ କିଛି ପରିବର୍ତ୍ତନର ଆଭାସ ମଧ୍ୟ ମିଳିଲାଣି ।

   Related Posts