କଂଗ୍ରେସ ମୁହାଁ ହେଲେଣି ବିଜୟ ! ନୂଆ ବର୍ଷରେ ଅଭିନନ୍ଦନ ଜଣାଇବାକୁ ଆସିଥିଲେ ବହୁ କଂଗ୍ରେସ କର୍ମୀ, ବଡ ସମୀକରଣ ଆଶା ଓ ଆଶଂକାରେ ସମସ୍ତେ

Published By : Prameya-News7 Bureau | January 01, 2019 IST

ଭୁବନେଶ୍ବର ୧|୧: ନୂଆ ବର୍ଷ ନୂଆ ସକାଳ । ଆଉ ମାତ୍ର ମାସ ୨ଟା ପରେ ନିର୍ବାଚନ, ନେତାଙ୍କ ମନରେ ବି ନୂଆ ଆଶା ଆଉ ନୂଆ ବିଶ୍ବାସ । କିଏ ସରକାରକୁ କିଭଳି ଆସିବେ ସେନେଇ ସାଧ୍ୟମତେ ସବୁଦଳ ମାତିଲେଣି ରଣନୀତିରେ । ଦଳରେ ନଥିବା କିଛି ବଡ ନେତା ବି ନୂଆ ସମୀକରଣ ଓ ନୂଆ ଦଳ କଥା ଚିନ୍ତା କଲେଣି । କିନ୍ତୁ ଆସନ୍ତା ନିର୍ବାଚନ ଯେଭଳି ଉଭୟ ଶାସକ ଓ ବିରୋଧିଙ୍କ ପାଇଁ ସୁଯୋଗ ଓ ଚ୍ୟାଲେଞ୍ଜ ସୃଷ୍ଟି କରିଛି ତାହା ବୋଧେ ଗତ ଦୁଇ ଦଶନ୍ଧି ଭିତରେ ଦେଖିବାକୁ ମିଳିନଥିଲା । ଏବେ ସମସ୍ତେ କମର କଷିଲେଣି ନିର୍ବାଚନ ମୈଦାନରେ ପ୍ରତିପକ୍ଷକୁ ମାତ୍ ଦେବାକୁ ।

{"id":69476}

ନୂଆ ବର୍ଷରେ ନୂଆ ସମୀକରଣକୁ ନେଇ ଚର୍ଚା । ନୂଆ ଦଳ ଗଠନ ହେଉ କିମ୍ବା ନୂଆ ଲେଖାଯୋଖା ସମୀକରଣ ତିଆରି କରି ହେଉ। ୧୯ରେ ସେଇମାନେ ହିଁ ଗେମ୍‌କୁ ଏପଟସେପଟ କରିବେ। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଦାମ ରାଉତଙ୍କ ଭଳି ନେତା କୁଆଡେ ଯିବେ ସେନେଇ ପବନର ଦିଗ ମାପୁଛନ୍ତି । ଏତିକିବେଳେ ନୂଆବର୍ଷରେ ବିଜୟ ମହାପାତ୍ରଙ୍କ ଘରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମିମାନେ ବିଜୟ ମହାପାତ୍ରଙ୍କ ଘରେ ତାଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଉଛନ୍ତି । ବିଜେପି ଛାଡ଼ିଛନ୍ତି ବିଜେଡି ସହିତ ଅପଡ଼ । ତେଣୁ ସିଧା କଂଗ୍ରେସରେ ନମିଶିଲେ ବି ବିଜୟ ଏଣ୍ଡ କୋ କଂଗ୍ରେସ ସହ ସମଝୋତା କରିବାର ଇସାରା ଦେଲେଣି।

{"id":69477}

ସେପଟେ ୨୦୧୯ ନିର୍ବାଚନ ସବୁଦଳ ପାଇଁ ଯେତିକି ଆହ୍ବାନ ଆଣିଛି ସେତିକି ସୁଯୋଗ ବି ସୃଷ୍ଟି କରିଛି । ଛତିଶଗଡ ଓ ମଧ୍ୟପ୍ରଦେଶରେ ପପୁଲାର ଚିଫ ମିନିଷ୍ଟର ଥାଇ, ଯୋଜନା ପରେ ଯୋଜନା ଘୋଷଣା କରିବି ବିଜେପି କ୍ଷମତାଚ୍ୟୁତ ହୋଇଛି । ଏଠି ୪ର୍ଥ ଥର ଲଗାତର ଥିବା ବିଜେଡି ସରକାରକୁ ହଟାଇବା ସମ୍ଭବ ବୋଲି ବିରୋଧି ବିଜେପି ଓ କଂଗ୍ରେସ ଧରିନେଇଛନ୍ତି । ଯେହେତୁ ସରକାର ବିରୋଧି ହାଓା ବହୁଛି ସେଥିରୁ ଫାଇଦା ନେବାପାଇଁ ଅଣ୍ଟା ଭିଡିଛନ୍ତି ବିରୋଧି । ତେବେ ବିରୋଧି ଭୋଟ ବିଭାଜନର ଫାଇଦା ବିଜେଡି ନେବ ବୋଲି ଆକଳନ କରୁଛି ।

ନୂଆ ସମୀକରଣ ହେଉ କି ନୂଆଦଳ । ଏତେ ବଡ଼ ନିର୍ବାଚନ ହେବ ଯେତେବେଳେ ନିଜର ସ୍ଥିତି ତ କିଛି ରହିବା ଦରକାର । କିନ୍ତୁ ପବ୍ଲିକ ତାଙ୍କ ବାଟରେ ଭାବିଛନ୍ତି, ଆଉ ୧୯ରେ ଶୁଣେଇବେ ତାଙ୍କର ଫୈସଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.