୭୭ ହଜାର ୮୧୫ କୋଟି ଟଙ୍କା ବିଡ୍ରେ ଶେଷ ହେଲା ସ୍ପେକ୍ଟ୍ରମ ନିଲାମ ପକ୍ରିୟା, ଟପ୍ରେ ରହିଲା jio
2/03/2021 at 6:58 PM

ନୂଆଦିଲ୍ଲୀ, ୦୨/୦୩: ଭାରତୀୟ ଟେଲେକମ୍ ସ୍ପେକ୍ଟ୍ରମର ୫ ବର୍ଷୀୟ ନିଲାମ ମଙ୍ଗଳବାର ଶେଷ ହୋଇଛି । ଏଥିରେ ମୋଟ ୭୭ ହଜାର ୮୧୪.୮୦ କୋଟି ଟଙ୍କାର ନିଲାମ ଡକାଯାଇଥିବା ସୂଚନା ମିଳିଛି । ଭାରତୀୟ ଟେଲିକମ୍ ବଜରରେ ରାଜ୍ କରୁଥିବା ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ ଜିଓ ଏହାର ଅଧିକାଂଶ ଅଂଶ କିଣିଥିବା ଜଣାପଡ଼ିଛି । ଜିଓ ଏହାର ୫୭,୧୨୨.୬୫ କୋଟି ଟଙ୍କାର ଏୟାର ୱେଭ୍ କିଣିଥିବା ବେଳେ ଭୋଡ଼ାଫୋନ୍ ଆଇଡିଆ ଲିମିଟେଡ୍ ୧,୯୯୩.୪୦ କୋଟି ଟଙ୍କାର ଏୟାର୍ୱେଭ୍ କିଣିଥିବା ଜଣାପଡ଼ିଛି ।
୨,୨୫୦ ଏମ୍ଏଚ୍ଜେଡ୍ ସ୍ପେକ୍ଟ୍ରମ, ଯାହାକି ଟେଲିକମ୍ ସିଗ୍ନାଲ୍କୁ ୭ଟି ବ୍ୟାଣ୍ଡ୍ରେ ବହନ କରିଥାଏ । ଏହାର ରିଜର୍ଭ ମୂଲ୍ୟ ବା ଷ୍ଟାର୍ଟ ମୂଲ୍ୟ ୪ ଲକ୍ଷ କୋଟି ରହିଥିଲା ଏବଂ ଏହାର ନିଲାମ ସୋମବାରଠାରୁ ଆରମ୍ଭ କରାଯାଇଥିଲା ।
ଟେଲିକମ୍ ସଚିବ ଅଂଶୁ ପ୍ରକାଶ କହିଛନ୍ତି ଯେ, ୮୫୫.୬୦ ସ୍ପେକ୍ଟ୍ରମ ୭୭,୮୧୪.୮୦ କୋଟିରେ କିଣା ଯାଇଛି । ଏହି ନିଲାମ ଦୁଇଦିନ ପାଇଁ କରାଯାଇଥିଲା । ଜିଓ ଏହାର ଅଧିକ ଅଂଶ କିଣିନେଇଥିଲା ।