ଇଣ୍ଡିଆନ ହ୍ବିଲ୍ ଚେୟାର ପ୍ରିମିୟର ଲିଗ୍‌ରେ ଖେଳିବେ କେନ୍ଦୁଝରର ଅଭୟ, ଚେନ୍ନାଇ ସୁପର ଷ୍ଟ୍ରଙ୍ଗ୍ ପକ୍ଷରୁ ଖେଳିବେ

Published By : Prameya-News7 Bureau | June 22, 2019 IST

କେନ୍ଦୁଝର ୨୨|୬: ସେ ଦିବ୍ୟାଙ୍ଗ । କିନ୍ତୁ ଅକ୍ଷମ ନୁହନ୍ତି । ଯେଉଁଥିପାଇଁ ଆଜି ସେ ସର୍ବଭାରତୀୟ ସ୍ତରରେ ଆୟୋଜିତ ଇଣ୍ଡିଆନ ହ୍ବିଲ ଚେୟାର ପ୍ରିମିୟର ଲିଗ୍ ଖେଳିବାକୁ ମନୋନୀତ ହୋଇଛନ୍ତି । ଆମେ କହୁଛୁ କେନ୍ଦୁଝର ଜଗନ୍ନାଥପୁରର ଅଭୟଙ୍କ କଥା ।

{"id":125777}

ଦିଲ୍ଲୀରେ ଚାଲିଛି ଇଣ୍ଡିଆନ ହ୍ବିଲ୍ ଚେୟାର ପ୍ରିମିୟର ଲିଗ୍ । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟର ୮ଟି ଟିମ୍ ଭାଗ ନେଇଛନ୍ତି । ଯେଉଁଥିରେ ସାମିଲ ହେ।ଇଛନ୍ତି କେନ୍ଦୁଝର ଜଗନ୍ନାଥପୁରର ଅଭୟ ଜେନା । ଅଭୟ ଚେନ୍ନାଇ ସୁପର ଷ୍ଟ୍ରଙ୍ଗ ଟିମ୍ ପକ୍ଷରୁ ଖେଳିବାକୁ ମନୋନୀତ ହେ।ଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅଭୟଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡିଛି ।

{"id":125780}

ମାଇନିଂ ସ୍ଥିତ ଶଙ୍କର ସ୍ପୋଟିଂ ଏକାଡେମୀରେରେ ଖେଳ ଅଭ୍ୟାସ କରନ୍ତି ଅଭୟ । ଅପରାହ୍ନ ତିନିଟାରୁ ସନ୍ଧ୍ୟା ୬ଟା ଯାଏ ଚାଲେ କଡା ଟ୍ରେନିଂ । ସହ ଖେଳାଳିଙ୍କ ସହ କୋଚ୍ ସମସ୍ତେ ଅଭୟଙ୍କୁ ସହଯେ।ଗ କରିଛନ୍ତି । ଆଉ ଟୁର୍ଣ୍ଣାମେଣ୍ଟକୁ ଯିବା ପୂର୍ବରୁ ବେଶ୍ କନଫିଡେଣ୍ଟ ଥିଲେ ଅଭୟ ।

{"id":125778}

ଅଭୟ ଜେନା କେବଳ ଜଣେ ଖେଳାଳି ନୁହନ୍ତି । ସେ ଜଣେ ସାମଜସେବୀ ମଧ୍ୟ । ନିଜେ ଦିବ୍ୟାଙ୍ଗ ହେ।ଇଥିବାରୁ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ପାଇଁ ଗଢିଛନ୍ତି ସକ୍ଷମ ସାଥୀ ଭରସା ସଂଘ । ଏହି ସଂସ୍ଥା ଜରିଆରେ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରୁଛନ୍ତି ଅଜୟ । 

{"id":125779}

ସର୍ବ ଭାରତୀୟ ହ୍ବିଲ ଚେୟାର ସ୍ପୋର୍ଟସ ସୋସାଇଟି ପକ୍ଷରୁ ଆୟେ।ଜିତ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।ତେବେ ଟୁର୍ଣ୍ଣାମେଣ୍ଟରେ ଅଭୟ ସଫଳ ହେ।ଇ ରାଜ୍ୟ ପାଇଁ ଗୌରବ ଆଣନ୍ତୁ, ତେଣୁ ତାଙ୍କୁ ଅଲ ଦ ବେଷ୍ଟ ଜଣାଇଛନ୍ତି ତାଙ୍କ ଶୁଭଚିନ୍ତକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.