ଚୀନ୍ ରାଷ୍ଟ୍ରପତିଙ୍କୁ Covid ? ମଝି ଭାଷଣରେ କଟାଗଲା Live ଫିଡ୍

Published By : Prameya-News7 Bureau | October 16, 2020 IST

ସେନଜେନ୍‌ : କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ପୁଣି ବ୍ୟାପିବାରେ ଲାଗିଛି। ଏଥିରେ ସାଧାରଣ ଜନତାଙ୍କ ସମେତ ବଡବଡ ଲୋକେ ବି ଆକ୍ରାନ୍ତ ହେଉଥିବାର ଦେଖାଯାଇଛି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ପତ୍ନୀ ମେଲେନିଆ ଓ ପୁଅ କୋଭିଡ ଆକ୍ରାନ୍ତ ହୋଇଥିଲେ। ତେବେ କରୋନା ସଂକ୍ରମଣ କେବଳ ଆମେରିକା ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସୀମିତ ନାହିଁ। ଅତୀତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌, ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କରୋନା ଆକ୍ରାନ୍ତ ହୋଇଥିବାର ଆଶଙ୍କା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

wp:html /wp:html

ଜିନ୍‌ପିଙ୍ଗ କରୋନା ଆକ୍ରାନ୍ତ ହୋଇଥିବା ନେଇ କୌଣସି ଅଧିକାରୀକ ଘୋଷଣା ହୋଇ ନାହିଁ। ହେଲେ ନିକଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ତାଙ୍କୁ ବାରମ୍ବାର କାସୁଥିବାର ଦେଖାଯାଇଥିଲା।  ଏଣୁ ସେ ହୁଏତ କୋଭିଡ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଦେଶରେ ଟେଲିଭିଜନ ସିଧା ପ୍ରସାରଣ କରୁଥିଲା। ତେବେ ରାଷ୍ଟ୍ରପତି ଭାଷଣ କାଳରେ ବାରମ୍ବାର କାସୁଥିବାରୁ ଲାଇଭ୍ ଫିଡ୍ କାଟି ଦିଆଯାଇଥିଲା।

wp:html /wp:html

ହଙ୍ଗକଙ୍ଗ ନିକଟସ୍ଥ ସେନଜେନ୍‌ କାର୍ଯ୍ୟକ୍ରମରେ ଜିନପିଙ୍ଗଙ୍କୁ କାସୁଥିବାର ଦେଖାଯାଇଛି। ଏଠାରେ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ବେଳେ ସେ ଅନେକ ଥର କାସିଥିଲେ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରୁଥିବା ଚୀନ୍‌ ସରକାରୀ ମିଡିଆ ଅନେକ ସ୍ଥାନରେ କଟ୍‌ ଲଗାଇଥିଲା। ଏହିପରି କାସୁଥିବା ବେଳେ ସେ ମୁହଁରୁ ହାତ କାଢୁଥିବାର ମଧ୍ୟ ଏଥିରେ ଦେଖାଯାଇଥିଲା। ଚୀନ୍‌ରେ ଏବେବି କରୋନା ଭାଇରସ ମହାମାରୀ ବ୍ୟାପୁଛି। କରୋନା ସତ୍ତ୍ୱେ କାର୍ଯ୍ୟକ୍ରମରେ ଜିନପିଙ୍ଗ ମାସ୍କ ପିନ୍ଧିନଥିଲେ। ଭିଡିଓରେ କଟ୍‌ ଲଗାଇବା ପରେ ଏକ ସ୍ଥାନରେ ଜିନପିଙ୍ଗ ପାଣି ପିଇ ଗଳା ସଫା କରୁଥିବାର ମଧ୍ୟ ଶୁଣା ଯାଇଥିଲା। ଏବେ ଜିନପିଙ୍ଗଙ୍କ ଭିଡିଓ ଉପରକୁ ବିଶେଷଜ୍ଞଙ୍କ ଧ୍ୟାନ ଯିବା ପରେ ସେ କୋଭିଡ ଆକ୍ରାନ୍ତ ହୋଇଥିବା ନେଇ ଆଶଙ୍କା କରାଯାଉଛି। ଏହି କାର୍ଯ୍ୟାକ୍ରମ ପରେ ଜିନପିଙ୍ଗ ତୁରନ୍ତ ବେଜିଂ ଫେରିଆସିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.