Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବଧୂ ବେଶରେ କ୍ରିକେଟ୍ : ବାଙ୍ଗଲା ମହିଳା କ୍ରିକେଟର ସଞ୍ଜିଦା ଇସଲାମଙ୍କ ବାହାଘର ଫଟୋ ସୁଟ୍ ଭାଇରାଲ, ଆଇସିସି କହିଲା ‘ବଢିଆ’

21/10/2020 at 7:33 PM

ଢାକା,୨୧|୧୦ :   ଆଉ କିଛି ଦିନପରେ ଆରମ୍ଭ ହୋଇଯିବ ବିବାହ ଋତୁ । ବିବାହ ପୂର୍ବରୁ ଗତ କିଛିଦିନ ଧରି ପ୍ରି ଓ୍ୱେଡିଂ ଓ ବିବାହ ସମୟରେ ଓ୍ୱେଡିଂ ଫଟୋସୁଟର ଚାହିଦା ବୃଦ୍ଧି ପାଇଛି । ହାତଗଣ୍ଠି ପଢିବା ପୂର୍ବରୁ ଉଭୟ ପୁଅ ଓ ଝିଅ ଫଟୋ ସୁଟ୍ କରୁଛନ୍ତି । ବିବାହ ବେଳେ ମଧ୍ୟ ବର ଓ କନ୍ୟା ଫଟୋସୁଟ୍ କରୁଛନ୍ତି । ସେହିପରି ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମଙ୍କ ଓ୍ୱେଡିଂ ଫଟୋ ସୁଟ୍ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ନିଜ ଫଟୋସୁଟରେ କ୍ରିକେଟକୁ ସ୍ଥାନ ଦେଇଛନ୍ତି ।

ଓ୍ୱେଡିଂ ଫଟୋସୁଟରେ ସଞ୍ଜିଦା କ୍ରିକେଟ ଖେଳୁଥିବା ନଜର ଆସିଛି । ସେ ନବବଧୂ ବେଶରେ କ୍ରିକେଟ ଖେଳୁଛନ୍ତି । କହିବାକୁ ଗଲେ ସେ ସାଢୀ ପିନ୍ଧି  କ୍ରିକେଟ ଖେଳୁଥିବା ନଜର ଆସିଛି ।

ସାଞ୍ଜିଦାଙ୍କ ଏହି ଫଟୋସୁଟ ଆଇସିସିର ନଜରକୁ ଆସିଥିଲା । ଆଇସିସି ସଞ୍ଜିଦାଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ କ୍ୟାପ୍ସନ ମଧ୍ୟ ଦେଇଛି । ଆଇସିସି ଲେଖିଛି ଯେ, ଡ୍ରେସ୍, ଅଳଙ୍କାର ଓ କ୍ରିକେଟ ବ୍ୟାଟ୍ । ଏହା ହେଉଛି କ୍ରିକେଟରଙ୍କ ବିବାହ ଫଟୋସୁଟ୍ ।

ଏହି ମିଡିଲ ଅର୍ଡର ମହିଳା କ୍ରିକେଟର ଜଣଙ୍କ ୧୬ଟି ଦିନିକିଆ ଓ ୫୪ଟି ଟି୨୦ ଖେଳିଛନ୍ତି । ସେ ଗତ ୮ ବର୍ଷ ହେଲା କ୍ରିକେଟ ଜଗତରେ ସକ୍ରିୟ ଅଛନ୍ତି । ସେ ଦିନିକିଆରେ ୧୭୪ ରନ୍ କରିଥିବା ବେଳେ ଟି୨୦ରେ ୫୨୦ ରନ୍ କରିଛନ୍ତି ।

ଏହି ୨୪ ବର୍ଷୀୟା କ୍ରିକେଟର ଦୁବାଇ ବିପକ୍ଷରେ ୨୦୧୨ରେ ପଦାର୍ପଣ କରିଥିଲେ । ଶେଷଥର ପାଇଁ ସେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ବିଶ୍ୱକପ୍ ଖେଳିଥିଲେ ।

   Related Posts