ବନାରସ୍- ଆଇଆଇଟି ବିଏଚ୍ୟୁ ବା ବନାରସ୍ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ଗବେଷଣାରତ ବା ରିସର୍ଚ୍ଚ ସ୍କଲାରମାନେ ବିଶେଷ ଧରଣର ଇଟା ପ୍ରସ୍ତୁତ କରିଛନ୍ତି। ପାଣିରେ ବୁଡି ରହିଲେ ଏହା ପାଣିକୁ ଶୋଷି ନେବ ଓ ଭୂଗର୍ଭ ଜଳସ୍ତର ବୃଦ୍ଧି କରିବ । ଏହା ପରେ ବି ଏହି ଇଟା ଅକ୍ଷୁର୍ଣ୍ଣ ରହୁଛି । ଅତ୍ୟଧିକ ବର୍ଷା କିମ୍ବା ବନ୍ଯାଯୋଗୁଁ ବୁଡି ଅଞ୍ଚଳରେ ବି ଏହି ଇଟାରେ କୌଣସି ପ୍ରକାର କ୍ଷତି ହେବା ନାହିଁ । ସଡକ ଓଫୁଟ୍ ପାଥ୍ ନିର୍ମାଣରେ ଏହାକୁ ବ୍ୟବହାର କରାଯାଇ ପାରିବ । ଏହାକୁ ତିଆରି କରିବାରେ ବେଶୀ ଖର୍ଚ୍ଚ ହେବ ନାହିଁ ।
ରିସର୍ଚ୍ଚ ସ୍କଲାର ମୟଂକ ସୁଖେଜା , ମୋହିତ ଚୌଧୁରୀ , ନିର୍ମଳ ପ୍ରସାଦ ଓ ବିଏଚ୍ୟୁ ସିଭିଲ୍ ଇଞ୍ଜିନିୟର ବିଭାଗର ସମସ୍ତ ପିଏଚ୍ଡି କରୁଥିବା ଛାତ୍ରଛତ୍ରୀମାନେ ଏହାକୁ ତିଆରି କରିଛନ୍ତି ।
ବିହାର ସହ ଉତ୍ତର ପ୍ରଦେଶରେ ହୋଇଥିବା ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ପରିସ୍ଥିତି ପରେ ଏମାନେ ଏପରି ଇଟା ତିଆରି କରିବା ପାଇଁ ଚିନ୍ତା କରିଥିଲେ । କେବଳ ପାଣିକୁ ଶୋଷି ନେବ ନାହିଁ ଏହା ସହଜରେ ନଷ୍ଟ ହେବ ନାହିଁ । ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଯୋଗୁଁ ବର୍ଷା ଜଳ ଜମି ରହୁଥିବା ବେଳେ ଏହି ଇଟା ସେହି ସ୍ଥାନରେ ବେଶ୍ ଭଲ କାମ କରିବ ।