ଅଟକିଲା ସ୍ବତନ୍ତ୍ର ଟ୍ରେନ, ଯାନ୍ତ୍ରିକ ତୃଟି ଯୋଗୁଁ ଅଟକିଛି ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି

Published By : Prameya-News7 Bureau | January 18, 2021 IST

ସମ୍ବଲପୁର ୧୮।୦୧: ଯାନ୍ତ୍ରିକ ତୃଟି ଯୋଗୁଁ ଅଟକିଲା ସ୍ବତନ୍ତ୍ର ଟ୍ରେନ। ସମ୍ବଲପୁର ଜିଲ୍ଲା ହାତିବାରୀ ଷ୍ଟେସନ ପାଖ ମୁଣ୍ଢେର ଗାଁ ନିକଟରେ ଅଟକିଛି ରାଉରକେଲା-ଭୂବନେଶ୍ବର ଇଣ୍ଟରସିଟି ।

ଖବର ଅନୁଯାୟୀ, ଆଜି ସକାଳ ୮.୦୫ରେ ଇଣ୍ଟରସିଟିରେ  ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ଯାହାପରେ ଟ୍ରେନ୍‌କୁ ଅଟକାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ରେଳ ବିଭାଗ । ତେବେ ଟ୍ରେନକୁ ପୁନଃ ଚାଳନ ସକାଶେ  ହାତିବାରି ଷ୍ଟେସନରୁ ନୂତନ ଇଂଜିନ ଅଣାଯାଉଥିବା ନେଇ ସମ୍ବଲପୁର ରେଳ ମଣ୍ଡଳ ସୂଚନା ଦେଇଛି । ଯଥାଶୀଘ୍ର ଟ୍ରେନଟି ଟ୍ରାକରେ ଗଢିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.