ଦୀର୍ଘ ୫ ସପ୍ତାହ ପରେ ଟ୍ରାକରେ ଗଡିଛି ଟ୍ରେନ୍ : ପ୍ରବାସୀ ଓଡିଆଙ୍କୁ ଧରି କେରଳରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ

Published By : Prameya-News7 Bureau | May 01, 2020 IST

ଭୁବନେଶ୍ୱର ୦୧/୦୫ : ସ୍ବତନ୍ତ୍ର ଟ୍ରେନ୍‌ରେ କେରଳରୁ ଫେରୁଛନ୍ତି ପ୍ରବାସୀ ଓଡିଆ । ଶ୍ରମିକ ଦିବସରେ କେନ୍ଦ୍ର ସରକାର ଟ୍ରେନ୍‌ ଯୋଗେ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଟ୍ରେନ୍ ଚଳାତଳକୁ ଅନୁମତି ଦେବା ପରେ ପ୍ରବାସୀ ଓଡିଆମାନେ ଫେରୁଛନ୍ତି । ତେବେ କେବଳ ଶ୍ରମିକ ଓ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବାକୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିଛି । ସେପଟେ କେତେକ ପ୍ରବାସୀ ଓଡିଆ ବସ୍‌ରେ ବି ରାଜ୍ୟକୁ ଫେରୁଛନ୍ତି ।….

ଦୀର୍ଘ ୫ ସପ୍ତାହରୁ ଅଧିକ ଦିନ ପରେ ପୁଣି ଟ୍ରାକରେ ଗଡିଛି ଯାତ୍ରୀବାହୀ ଟ୍ରେନ୍‌ । ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ରେଳମନ୍ତ୍ରାଳୟ ପକ୍ଷରୁ ଏହି ସ୍ବତନ୍ତ୍ର ଟ୍ରେନ୍ ଗଡିଛି । ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟାରେ କେରଳର ଏର୍ଣ୍ଣାକୁଲମ ଆଲୁଭା ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଓଡିଆ ବାହାରିଛି । ଏଥିରେ ପ୍ରାୟ ୧୨ ଶହ ପ୍ରବାସୀ ଶ୍ରମିକ ରହିଛନ୍ତି । ବାହାରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଅନୁସାରେ ଏହି ଶ୍ରମିକମାନେ ଫେରୁଛନ୍ତି । ଆଗକୁ ଅଧିକ ଓଡ଼ିଆ ଶ୍ରମିକମାନଙ୍କୁ ଟ୍ରେନ୍‌ ଯୋଗେ ଫେରାଇ ଆଣିବାକୁ ସରକାର ଯୋଜନା କରୁଛନ୍ତି । କେବଳ ଓଡିଶା ନୁହେଁ ଲକ୍ ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଫସି ରହିଥିବା ଝାଡଖଣ୍ଡର କିଛି ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବି ସ୍ବତନ୍ତ୍ର ଟ୍ରେନ ବାହାରିଛି । ତେଲେଙ୍ଗାନାର ଲିଙ୍ଗମ୍ପାଲୀରୁ ୧ ହଜାରୁ ଅଧିକ ଶ୍ରମିକଙ୍କୁ ଧରି ଝାଡଖଣ୍ଡ ଫେରୁଛି ଏହି ଟ୍ରେନ୍‌ । ପ୍ରବାସୀ ଶ୍ରମଜୀବୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆଗକୁ ଅଧିକ ଟ୍ରେନ୍ ଚଳାଚଳ କରିବ । ତେବେ ଟ୍ରେନ୍‌ରେ କେବଳ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ଆଣିବାକୁ କେନ୍ଦ୍ର ଗୃହ ବିଭାଗ ଅନୁମତି ଦେଇଛି ।

{"id":263160,"width":574,"height":526,"sizeSlug":"large"}

ଲକ ଡାଉନ ଅବଧି ଶେଷ ହେବା ପୂର୍ବରୁ ଭୁବନେଶ୍ବରେ ଷ୍ଟେସନରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ନେଇ କୌଣସି ଠୋସ୍‌ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ବି ଭୁବନେଶ୍ବର ଷ୍ଟେସନର ପ୍ଲାଟଫୋର୍ମ, ଟିକେଟ କାଉଣ୍ଟରରେ ଯାତ୍ରୀ ଯେଭଳି ସାମାଜିକ ଦୂରତାରେ ଠିଆ ହେବେ ସେଥିପାଇଁ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ଲାଟଫୋର୍ମରେ ଦୁଇ ମିଟର ଦୁରତା ରଖାଯାଇ ସର୍କଲ କରାଯାଇଛି । ଏଥିରୁ ଜଣାପଡୁଛି ଲକ ଡାଉନ ଉଠିବା ପରେ ପରେ ଟ୍ରେନ ଚଳାଚଳ ସ୍ବଭାବିକ ହେବାର ସମ୍ଭାବନା ରହିଛି ।

ଗତକାଲି ୧୮ଟି ବସରେ ସୁରତରୁ ତଥା ବିଭିନ୍ନ ସ୍ଥାନରୁ ପ୍ରବାସୀ ଓଡିଆଙ୍କୁ ଅଣାଯାଇଛି । ଆଜି ସୁରତରୁ ପୁଣି ଓଡ଼ିଶା ଅଭିମୁଖେ ବାହାରିଛି ୬୬ଟି ବସ୍ । ଏଥିରେ ପ୍ରାୟ ୪ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି । ସୁରତର ବିରଭଞ୍ଜନ ସୋସାଇଟି ଓ ବମ୍ରୋଲିରୁ ୧୨ ଟି ବସ୍ ବାହାରିଥିବା ବେଳେ, କୋଡ଼ଦ୍ରାରୁ ୨ ଟି ବସ୍ ଏବଂ ଓଡ଼ିଆ ବହୁଳ ଡାଇମଣ୍ଡ ନଗରରୁ ୫୦ ଟି ବସ୍ ବାହାରିଛି । ଶ୍ରମିକ ଦିବସରେ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେପି ରାଜ୍ୟସଭାପତି ।

ସେପଟେ କେବଳ ଜରୁରୀ କାଳୀନ ବିମାନ ସେବା ଜାରି ରହିଛି । ଭୁବନେଶ୍ବର ବିମାନ ବନ୍ଦରକୁ ମେଡିକାଲ ଏମରଜେନ୍ସି ଫ୍ଲାଇଟ୍, କରୋନା ସମ୍ପର୍କିତ ଫ୍ଲାଇଟ, କାର୍ଗୋ ବିମାନ ଚଳାଚଳ କରୁଛି । ତେବେ ଲକ ଡାଉନ ପରେ ଏଠାରୁ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାଲ ଫ୍ଲାଇଟ ଚାଳଚଳ କରିବ କି ନାହିଁ, ତାକୁ ସମସ୍ତଙ୍କର ଅପେକ୍ଷା  ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.