Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ପର୍ଯ୍ୟଟକଙ୍କୁ ପୁରୀରୁ ହଟାଇବା ପାଇଁ ହେଲା ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠାକୁ ଯିବ ଏହି ଟ୍ରେନ୍

2/05/2019 at 10:42 AM

ଭୁବନେଶ୍ବର ୨|୫: ଉଗ୍ର ଭାବେ ମାଡିଆସୁଛି ବାତ୍ୟା ‘ଫନି’ । ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି  ଅଧିକାଂଶ ଟ୍ରେନ୍ କୁ ବାତିଲ କରାଯାଇଛି । ଫଳରେ ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ପୁରୀରୁ କୋଲକାତାକୁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ପୂର୍ବତଟ ରେଳବାଇ । ଏହି ଟ୍ରେନ୍ ଦିନ ୧୨ଟାରେ ପୁରୀରୁ ବାହାରିବ ।

ପୁରୀଠାରୁ କୋଲକାତାର ସାଲିମାର ଯାଏଁ ଚାଲିବ ଏହି ଟ୍ରେନ୍। ଏଥିରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ବଗି ରହିଛି । ଏଥିରେ ଜେନେରାଲ୍, ସ୍ଲିପର୍, ୩ ଏ, ୨ଏ ଆଦି ବଗି ରହିଛି। ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର, କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ବର ଏବଂ ଖଡଗପୁର ଠାରେ ଏହି ସ୍ବତନ୍ତ୍ର ଟ୍ରେନର ଷ୍ଟପେଜ୍ ରହିବ।

ସେହିପରି ଓଏସଆରଟିସିର ସ୍ବତନ୍ତ୍ର ବସ୍‌ରେ ପୁରୀରୁ କୋଲାକାତା ଯିବ ବୋଲି ସୂଚନା ମିଳିଛି । ଏହି ବସ୍ ଗୁଡିକ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛାଡିବ ।

   Related Posts