ସେନା ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା

Published By : Prameya-News7 Bureau | October 16, 2019 IST

ଭୁବନେଶ୍ୱର -  ସେନା ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ୨ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା  ଇଷ୍ଟକୋଷ୍ଟ ରେଲଓ୍ବେ  ପକ୍ଷରୁ କରାଯାଇଛି । ଭୁବନେଶ୍ବରରୁ ଆଜି ରାତି ୮ଟାରେ ପ୍ରଥମ ଟ୍ରେନ ଛାଡିଛି  । ବ୍ରହ୍ମପୁର-ରାୟଗଡ଼ା ଦେଇ କୋରାପୁଟ ଯିବ ପ୍ରଥମ ଟ୍ରେନ ।

ପୁରୀରୁ ଆଜି ରାତି ୧୧ଟାରେ ଛାଡ଼ିଛି  ଦ୍ବିତୀୟ ଟ୍ରେନ । ଏହା ଭୁବନେଶ୍ବର-ଢେଙ୍କାନାଳ ଦେଇ ସମ୍ବଲପୁର ପଟେ ଯିବ । ୨ଟି ସ୍ବତନ୍ତ୍ର ଟ୍ରେନର ସମସ୍ତ କୋଚ୍‌ ଜେନେରାଲ ରହିବ । ଆଜି ବିଳମ୍ବରେ ଛାଡ଼ିଛି ।  ଖୋର୍ଦ୍ଧା ରୋଡ୍‌-ଖଡ଼ଗପୁର ଫାଷ୍ଟ ପାସେଞ୍ଜର ଅପରାହ୍ନ ୪ଟା ୪୫ ବଦଳରେ ସଂଧ୍ୟା ୭ଟା ୩୦ରେ ଛାଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.