Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଲକ୍‌ଡାଉନ୍: ସମଗ୍ର ଦେଶରେ ଫସି ରହିଥିବା ଲୋକଙ୍କ ପାଇଁ ସରକାର ଚଲାଇ ପାରନ୍ତି ସ୍ଵତନ୍ତ୍ର ଟ୍ରେନ୍

27/04/2020 at 9:09 PM

ନୂଆଦିଲ୍ଲୀ ୨୭।୦୪: ଲକ୍‌ଡାଉନ୍‌ ସମୟରେ ଦେଶର ଅଲଗା ଅଲଗା ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କର ଘର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଦାବି ଜୋର ଧରିଛି। ରାଜ୍ୟ ସରକାର ସହିତ ସ୍ଥାନୀୟ ସାଂସଦଙ୍କ ଉପରେ ଏହାର ଚାପ ବଢିବାରେ ଲାଗିଛି। ଫସି ରହିଥିବା ଲୋକଙ୍କୁ କେମିତି ଘର ପର୍ଯ୍ୟନ୍ତ ପହଞ୍ଚାଯିବ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଉପାୟ ବାହାର କରାଯାଉଛି।

ଏମିତି ଲୋକଙ୍କ ସଂଖ୍ୟା ଲକ୍ଷାଧିକ ହୋଇଥିବା କାରଣରୁ ସେମାନଙ୍କୁ ଆଣିବାରେ ରେଲଓ୍ଵେ ହେଉଛି ଏକ ମାତ୍ର ମାଧ୍ୟମ। ଯଦି କେନ୍ଦ୍ର ସରକାର ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ କିଛି ସ୍ଵତନ୍ତ୍ର ଟ୍ରେନ୍‌ ଗ୍ରୀନ ଜୋନରେ ଚଲାଯାଇପାରେ। କିନ୍ତୁ ଆନୁଷ୍ଠାନିକ ଭାବେ ରେଲଓ୍ଵ ଏହାକୁ ମନା କରି ଦେଇଛି ମାତ୍ର ଯଦି ସ୍ଵତନ୍ତ୍ର ଟ୍ରେନ୍ ଚାଲେ ତେବେ ଏହା ରାସ୍ତାରେ ଅଟକିବ ନାହିଁ। ଏକ ନିର୍ଦ୍ଧାରିତ ସହରର ଷ୍ଟେସନରୁ ବାହାରି ନିର୍ଦ୍ଧାରିତ ଷ୍ଟେସନରେ ଅଟକିବ।

ଏଥିରେ କେଉଁ ଯାତ୍ରୀ ଯାତ୍ରା କରିବେ ଏହାର ସ୍ଵୀକୃତି ରାଜ୍ୟ ସରକାର ଦେବେ। ଯାତ୍ରା ପାଇଁ କୌଣସି ପ୍ରକାରର ଶୁଳ୍କ ଯାତ୍ରୀଙ୍କଠୁ ଆଦାୟ ହେବ ନାହିଁ। କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଟ୍ରେନ୍ ନୁହଁ ଷ୍ଟେସନରେ ମଧ୍ୟ ସାମାଜିକ ଦୂରତ୍ଵର ଧ୍ୟାନ ରଖାଯିବ। ଏଥିରେ ଏକ ଆଇସୋଲେଟେଡ୍ କୋଚ୍ ମଧ୍ୟ ରହିବ, ଯେଉଁଥିରେ ଡାକ୍ତରୀ ଦଳ ରହିବେ।

   Related Posts