ସ୍ବିଡିସ୍‌ ଥ୍ରି ସିଟର ଇଲେକ୍‌ଟ୍ରିକ କାରର ବିଶେଷତ୍ବ କଣ ରହିଛି, ଜାଣନ୍ତୁ

Published By : Prameya-News7 Bureau | October 20, 2019 IST

ସ୍ବଡିସ୍‌ କମ୍ପାନୀ ୟୁନିଟି ନିଜର ଇଲେକ୍‌ଟ୍ରିକ କାର ୟୁନିଟି ୧ ଲଞ୍ଚ କରିଛି। ଏହି ଥ୍ରି ସିଟର କାରର ଦାମ ୧୪ ଲକ୍ଷ ଟଙ୍କା ହେବ। ଏଥିରେ ସେଣ୍ଟ୍ରାଲ ଡ୍ରାଇଭର ସିଟ୍‌ ଅଛି। ପଛରେ ୨ ଜଣ ବସିବା ପାଇଁ ସିଟ୍‌ ରଖାଯାଇଛି। କାରର କେବିନ ସେଣ୍ଟରରେ ଷ୍ଟିୟରିଂ ହୁଇଲ୍ସ ସହ ଅନେକ ଡିଜିଟାଲ ଡିସପ୍ଲେ ଲାଗିଛି। କାର ଭିତର ଦେଖିଲେ ଲାଗିବ ଯେମିତି ବିମାନରେ ଅଛନ୍ତି। କମ୍ପାନୀ ଅନୁସାରେ ୨୦୨୦ ମସିହାରେ ଏହି କାର ଅଫିସିଆଲି ଲଞ୍ଚ ହେବ। ସର୍ବପ୍ରଥମେ ଏହି ଗାଡି ସ୍ବିଡେନରେ ବିକ୍ରି ହେବା ପାଇଁ ଉପଲବ୍ଧ ହେବ।

{"id":172059}

୧- ଏହି ଇଲେକଟ୍ରିକ୍‌ କାରରେ ନିଆରା ଲେଆଉଟ ଡିଜାଇନ୍‌ ରହିଛି। ପଛରେ ୨ଟି ସିଟ୍‌ ରହିଛି ଓ ଡ୍ରାଇଭରର ସ୍ଥାନ ସେଣ୍ଟ୍ରାଲରେ ଏଥିପାଇଁ ରହିଛି ଯେ, ପଛ ଲୋକ ଆଗ ଭ୍ୟୁ ଦେଖିପାରିବେ। ଏହା ସହ ଡ୍ରାଇଭରକୁ ମଧ୍ୟ ଭଲଭାବେ ରାସ୍ତା ଦେଖାଯିବ।

୨- ଏଥିରେ ୱାଇଡ୍‌ ଏଙ୍ଗଲ ରିୟର ଭ୍ୟୁ କ୍ୟାମେରା ରହିଛି। ଏହା ସହ କେବିନରେ ଲାଗିଥିବା ଡିଜିଟାଲ ଡିସପ୍ଲେରେ ମଧ୍ୟ କାରର ପଛର ଫୁଲ ଭ୍ୟୁ ଦେଖାଯାଇପାରିବ।

{"id":172060}

୩- ଏଥିରେ ମେଗନେଟ ମୋଟର ଅଛି।ଏହା ୬୮ ପିଏସ କ୍ଷମତା ଓ ୮୫ ଏନ୍‌ଏମ୍‌ର ଟର୍କ ଜେନେରେଟ୍‌ କରେ।  

୪- ଏଥିରେ ୧୨KWHର ବ୍ୟାଟରୀ ଅଛି। ସିଙ୍ଗଲ ଚାର୍ଜିଂରେ ଗାଡି ୧୫୦ କିମି ଯାଏଁ ଯିବ । ଏଥିରେ ଅପସ୍‌ନାଲ ୨୪KWHର ବ୍ୟାଟ୍‌ରୀ ମଧ୍ୟ ଅଛି ଯେଉଁଥିରେ ଗାଡି ୩୦୦ କିମି ଯାଏଁ ଯିବ।

{"id":172061}

୫- ଏହା ସହ 50kw CCS ଚାର୍ଜର ମିଳିବ ଯାହା ଦ୍ବାରା ଗାଡି ୧୦ ମିନିଟ୍‌ ଚାର୍ଜ କଲେ ୧୦୦ କିମି ଯାଏଁ ଯିବ।

୬- ଗାଡିରେ ୨ଟି ଡ୍ରାଇଭିଂ ମୋଡ ରହିଛି। ଏହା ଡ୍ରାଇଭର ନିଜ ମୁଡ୍‌ ଓ ରାସ୍ତାକୁ ନେଇ ସେଟ୍‌ କରିପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.