ସ୍ପେଶାଲ ଟିମ୍ର ଚଢାଉ, ୭୨ଟି ଗାଡି ସାଇଲେନ୍ସର ଜବତ
9/07/2019 at 4:40 PM

ବାଲେଶ୍ବର ୯|୭: ବାଲେଶ୍ବର ସହରରେ ଦିନକୁ ଦିନ ଗାଡି ମଟର ସଂଖ୍ୟା ବଢି ବଢି ଚାଲିଛି। ଏଥିପାଇଁ ବାୟୁମଣ୍ଡଳରେ ପ୍ରଦୂଷଣ ମଧ୍ୟ ବଢିଛି । ହେଲେ ଏବେ ଗାଡିମିଟର ପାଇଁ ଶବ୍ଦ ପ୍ରଦୂଷଣ ଲୋକଙ୍କୁ ଅତିଷ୍ଟ କରିପକାଇଲାଣି। ମୁଖ୍ୟତଃ ଯୁବକମାନେ ଯେତେବେଳେ ଆଜିକାଲି ଅତ୍ୟାଧୁନିକ ସାଇଲେନ୍ସର ଲଗାଉଛନ୍ତି । ଯାହା ଅଧିକ ଶବ୍ଦ ପ୍ରଦୂଷଣ କରୁଛି। ତେବେ ଏହାକୁ ନେଇ ଜନସାଧାରଣ ପୋଲିସ ପ୍ରଶାସନକୁ ଅଭିଯୋଗ ହେବା ପରେ ଏସପି ଏହା ଉପରେ ଗୁରୁତ୍ବ ଦେଇ ଏହାକୁ ରୋକିବାପାଇଁ ଏକ ସ୍ପେସାଲ ଟିମ୍ ଗଠନ କରି କରିଥିଲେ ।

ଗତ ୩ମାସ ମଧ୍ୟରେ ସେମାନେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୭୨ଟି ଅତ୍ୟାଧୁନିକ ସାଇଲେନ୍ସର ଜବଦ କରିବା ସହ ୫ଶହରୁ ଉର୍ଦ୍ଧ୍ବ ଡ଼ିଜେ ନମ୍ବରପ୍ଲେଟ ଜବତ କରିଛି । ଏ ବାବଦରେ ସେମାନେ ଭଳ ଅର୍ଥ ମଧ୍ୟ ଫାଇନ୍ ଆକାରରେ ଆଦାୟ କରିଛି । ଗୋଟିଏ ଗୋଟିଏ ସାଇଲେନ୍ସର ଦାମ୍ ୪ ହଜାରରୁ ୧୨ହଜାର ବୋଲି ଜଣାପଡିଛି । ଦୋକାନୀ ମାନଙ୍କୁ ମଧ୍ୟ ସେମାନେ ଏପ୍ରକାର ସାଇଲେନ୍ସର ବିକିବାକୁ ମନାକରିଛନ୍ତି ।