ଜଟଣୀରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗର ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟିମ୍ : ଡିସିପି

Published By : Prameya-News7 Bureau | April 12, 2019 IST

ଜଟଣୀ  ୧୨|୪:  ଜଟଣୀ ନାବାଳିକା ଦୁଷ୍ମର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଅନୁପ ସାହୁ । ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ କରାଯାଇ ଚାର୍ଜସିଟ୍ ଦାଖଲ କରାଯିବ । ଥାନା ଭିତରେ ପୀଡିତାଙ୍କ ବାପାଙ୍କୁ ମାଡ ମରା ଅଭିଯୋଗ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗ ସତ ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି । ପୀଡିତା ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ।

{"id":102659}

ସୂଚନାଯୋଗ୍ୟ ଯେ, ଜଟଣୀ ମୁଣ୍ଡିଆ ସାହିରେ ୫ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାରଲୋକ । ଜଣେ ମଦ୍ୟପ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ନାବାଳିକାର ମୃତ୍ୟୁ ହୋଇଛି ।

{"id":102660}

ଗଂଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଜଣେ ଯୁବକ ଗତ ୫ଦିନ ହେବ ଜଟଣୀ ମୁଣ୍ଡିଆ ସାହିରେ ଭଡାରେ ରହିଆସୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ନାବାଳିକା ଜଣକ ଖେଳୁଥିବା ସମୟରେ ମଦ୍ୟପ ଯୁବକ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଲୋକେ ନାବାଳିକାକୁ ଉଦ୍ଧାର କରି ଜଟଣୀ ରେଳବାଇ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

{"id":102661}

ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କଟକ ମେଡିକାଲରେ ତା’ର ଚିକିତ୍ସା ଚାଲିଛି । ସେପଟେ ରାତିରୁ ସ୍ଥାନୀୟ ଲୋକେ ଜଟଣୀ ଥାନା ସମ୍ମୁଖରେ ଧାରଣା ଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.