ବାଲେଶ୍ୱର-ଭଦ୍ରକ-ଯାଜପୁର ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ, କଣ୍ଟେନମେଣ୍ଟ ଜୋନ୍ ପାଇଁ ରାପିଡ୍ ରେସ୍ପନ୍ସ ଟିମ୍
21/04/2020 at 9:58 AM

ଭୁବନେଶ୍ୱର ୨୧।୦୪: ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଉପରେ ନିୟନ୍ତ୍ରଣ କରିବା ସହ ଜିଲ୍ଲା ପ୍ରଶାସନକୁ ସହାୟତା ଯୋଗାଇବା ଲାଗି ଏସବୁ ଜିଲ୍ଲାକୁ ସ୍ବତନ୍ତ୍ର ଟିମ୍ ଯାଉଛନ୍ତି । ଏସବୁ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ୍ କୁ ତୁରନ୍ତ ଷ୍ଟେଟ୍ ରାପିଡ୍ ରେସ୍ପନ୍ସ ଟିମ୍ ପଠାଇବାକୁ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ବିଶେଷଜ୍ଞ , ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଏହି ଟିମ୍ ରେ ରହିଛନ୍ତି । ଯାଜପୁର ଜିଲ୍ଲାରେ ବୈଷୟିକ ସହଯୋଗ ଯୋଗାଇ ଦେବ SCB ମେଡିକାଲ କଲେଜ ଟିମ୍ । ସେହିଭଳି ବାଲେଶ୍ବର ଓ ଭଦ୍ରକରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲର ଟିମ୍ ।
ଯାଜପୁର,ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଦୁଇ ଦିନ ହେବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଗତକାଲି ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳ ସମୟରେ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।