ଇଂଲଣ୍ଡରେ ଓ୍ବାର୍ଲ୍ଡକପକୁ ନେଇ କଟକରେ ଚାଲିଛି ବେଟିଂ : ୩ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ବାର୍ଡ

Published By : Prameya-News7 Bureau | July 10, 2019 IST

କଟକ ୧୦/୭: କଟକରେ ଓ୍ବାର୍ଲ୍ଡକପ ସେମି ଫାଇନାଲ ମ୍ୟାଚକୁ ନେଇ ବେଟିଂ ବେଳେ ତିନି ଗିରଫ । ମଙ୍ଗଳବାର ରାତିରେ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ । ଗିରଫ ଅଭିଯୁକ୍ତ ଙ୍କ ଠାରୁ କମ୍ପ୍ୟୁଟର, ଲ୍ୟାପଟପ ଓ ମୋବାଇଲ ଜବତ କରିଛି ପୋଲିସ । ତେବେ ଏହି ଚେର କଟକରୁ ରାଜସ୍ଥାନକୁ ଲମ୍ବିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

{"id":132373}

ଇଂଲଣ୍ଡ ରେ ଚାଲିଛି ଓ୍ବାର୍ଲ୍ଡକପ । ଆଉ ଏହାକୁ ନେଇ କଟକରେ ଚାଲିଛି ବେଟିଂ । ଭଲ କରି ଦେଖନ୍ତୁ ମୋବାଇଲର ଏହି ସ୍କ୍ରିନ ସଟକୁ । କିଭଳି କୋର୍ଡ ଓ୍ବାର୍ଡରେ ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ୍ ମ୍ୟାଚକୁ ନେଇ ବେଟିଂ । ସେ ପ୍ଲେୟାର ହେଉ ଅବା ଟିମ ସମସ୍ତଙ୍କୁ ନେଇ ଲାଗୁଛି ହଜାର ହଜାର ଟଙ୍କାର ବାଜି । ଆଉ ରାତାରାତି କାରବାର ହେଉଛି ଲକ୍ଷ ଲକ୍ଷ ଟଙ୍କା । କଟକରେ ବିଶ୍ବକପ ବେଟିଂ କରୁଥିବା ତିନ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ ଟି କମ୍ପ୍ୟୁଟର, ଗୋଟିଏ ଲାପଟପ ଓ ୫ ଟି ମୋବାଲ ଜବତ କରିଛି ।

{"id":132376}

ଏହି ବେଟିଂ ଚେର କଟକରୁ ଲମ୍ବିଛି ରାଜସ୍ଥାନ ପର୍ଯ୍ୟନ୍ତ । ବେଟିଂ କରୁଥିବା ବ୍ୟକ୍ତି ମାନେ ହ୍ବାଟ୍ସଆପରେ ପ୍ରଥମେ ବେଟିଂ କରିଥାନ୍ତି ଓ ମ୍ୟାଚ ଶେଷ ପରେ ସାମ୍ନାସାମ୍ନି ହୁଏ ଟଙ୍କା କାରବାର । ଏହି ରାକେଟର ମୂଖ୍ୟ ଦୁଇ ଅଭିଯୁକ୍ତ ହେଲେ ଅନିଲ କୁମାର ସିପାନୀ ଓ ଅଙ୍କିତ ଅଗ୍ରଓ୍ବାଲ । ଅଭିଯୁକ୍ତମାନେ ଓଡିଶାରେ ବେଟିଂ କରିବା ସହ ରାଜ୍ୟ ବାହାରେ ଏହି ଚେର ଲମ୍ବିଥିବାରୁ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଡିସିପି ।

{"id":132377}

ଆଗକୁ ଓ୍ବାର୍ଲ୍ଡକପ ଫାଇନାଲ ମ୍ୟାଚ । କଟକରେ କିଭଳି ଏହି ବେଟିଂକୁ ବନ୍ଦ କରାଯିବ ତା ଉପରେ ପୋଲିସ କଡା ନଜର ରଖିବ ବୋଲି କହିଛନ୍ତି କଟକ ଡିସିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.