Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୨୮ ଅକ୍ଟୋବରରୁ ଚାଲିବ ସ୍ପେଶାଲ ଶତାବ୍ଦୀ ଏକ୍ସପ୍ରେସ୍, ଜାଣନ୍ତୁ ରୁଟ୍ ଏବଂ ସମୟ

26/10/2020 at 11:13 AM

ନୂଆଦିଲ୍ଲୀ ୨୬।୧୦: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦୀପାବଳି ପୂର୍ବରୁ ଅର୍ଥାତ୍ ୨୮ ଅକ୍ଟୋବରରୁ ଶତାବ୍ଦୀ ଏକ୍ସପ୍ରେସ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି । ରେଳବାଇ ଯାତ୍ରୀମାନଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରିଛି ।

ଆସନ୍ତୁ ଜାଣିବା ଟ୍ରେନ୍ ର ରୁଟ୍ ଏବଂ ସମୟ :

ଟ୍ରେନ୍ ନଂ ୦୨୦୦୯/୦୨୦୧୦ ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ ସ୍ପେଶାଲ ଶତାବ୍ଦୀ ଏକ୍ସପ୍ରେସ ରବିବାରକୁ ଛାଡି ଅନ୍ୟ ସବୁ ଦିନ ଚାଲିବ । ଏହି ଟ୍ରେନ୍ ମୁମ୍ବାଇ ସେଣ୍ଟ୍ରାଲରୁ ୬ଟା ୩୦ମିନିଟ୍ ରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ । ସେହିଦିନ ୧୨ଟା ୪୫ ମିନିଟ୍ ରେ ଅହମ୍ମଦାବାଦରେ ପହଞ୍ଚିବ । ସେହିଭଳି ପ୍ରତ୍ୟାବର୍ତ୍ତନ ଯାତ୍ରୀରେ ଟ୍ରେନ୍ ନଂ ୦୨୦୧୦ ଅହମ୍ମଦାବାଦରୁ ୨ଟା ୪୫ମିନିଟ୍ ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରବ । ସେହିଦିନ ୯ଟା ୨୦ ମିନିଟ୍ ମଧ୍ୟରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚିବ । ଏହି ଟ୍ରେନ୍ ଯାତ୍ରା ସମୟରେ ଉଭୟ ଦିଗରେ ବୋରିଭାଲି, ଭାପି, ସୁରଟ, ଭାରୁଚ, ଭଦୋଦରା, ଆଣ୍ଡଦ ଏବଂ ନଡିଆଦ ଷ୍ଟେସନରେ ଅଟକିବ । ଏହି ଟ୍ରେନରେ ଏସି ଏକ୍ସିକ୍ୟୁଟିଭ୍ ଚେୟାର କାର୍ ଏବଂ ଏସି ଚେୟାରକାର୍ କୋଚ୍ ରହିବ ।

ଭୁଜରୁ ବରେଲି ପର୍ଯ୍ୟନ୍ତ ଦୁଇଟି ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ । ଯେଉଁଥିରେ ଗୋଟିଏ ଟ୍ରେନ୍ ନମ୍ବର ୦୪୩୨୨ ଭୁଜ୍-ବରେଲି ସ୍ପେଶାଲ ଟ୍ରେନ୍ ସପ୍ତାହର ପ୍ରତ୍ୟେକ ବୁଧବାର, ଶୁକ୍ରବାର, ଶନିବାର, ରବିବାର ଦିନ ୫ଟା ୫ମିନିଟ୍ ରେ ବରେଲି ଅଭିମୁଖେ ଯାତ୍ରା କରିବ । ପରଦିନ ସକାଳ ୮ଟା ୩୫ମିନିଟ୍ ରେ ବରେଲିରେ ପହଞ୍ଚିବ । ଏହିଭଳି ପ୍ରତ୍ୟାବର୍ତ୍ତନରେ ଏହି ଟ୍ରେନ୍ ନମ୍ବର ୦୪୩୨୧ ବରେଲି-ଭୁଜ୍ ସ୍ପେଶାଲ ଟ୍ରେନ୍ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ବରେଲିରୁ ୬ଟା ୩୫ ମିନିଟ୍ ରେ ଛାଡିବ । ତାପରଦିନ ୯ଟା ୩୦ମିନିଟ୍ ରେ ଭୁଜରେ ପହଞ୍ଚିବ । ଏହି ଟ୍ରେନ୍ କୁ ୨୮ ଅକ୍ଟୋବରରୁ ୨ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚଳାଚଳ କରିବ ।

ଏହି ଟ୍ରେନ୍ ଯାତ୍ରା ସମୟରେ ଗାନ୍ଧୀଦମ୍ ବି.ଜି, ସମାଖ୍ୟାଲି ବି.ଜି, ଭିଲଡି, ପଲାନପୁର ଜଂ, ଆବୁ ରୋଡ୍, ଫାଲନା,  ମାରଓ୍ବାଡ ଜଂ, ବ୍ୟାବର, ଆଜମେର ଜଂ, କିଶନଗଡ, ନରୈନା, ଫୁଲେରା ଜଂ, ଜୟପୁର, ଗାନ୍ଧୀନଗର ଜୟପୁର, ଦୋସା, ବାନ୍ଦିକୁଇ ଜଂ, ରାଜଗଡ, ଅଲବର, ଖୈରଥଲ, ରେଓ୍ବାଡୀ ଜଂ ପଟୌଦୀ ରୋଡ୍, ଗଢି ହରସରୁ, ଗୁଡଗାଓଁ, ପାଲମ, ଦିଲ୍ଲୀ କ୍ୟାଣ୍ଟ, ଦିଲ୍ଲୀ ସରାୟ ରୋହିଲା, ଦିଲ୍ଲୀ ଜଂ, ଗାଜିଆବାଦ, ପିଲଖୁଆ, ହାପୁଡ, ଗଜରୌଲା ଜଂ, ଅମରୋହା, ମୋରଦାବାଦ, ରାମପୁର ତଥା ଏବଂ ମିଲକ ଷ୍ଟେସନରେ ଅଟକିବ । ଏହି ଟ୍ରେନରେ ଏସି ୨ ଟାୟର, ଏସି ୩ ଟାୟର, ସ୍ଲିପର ଏବଂ ସେକେଣ୍ଡ କ୍ଲାସ୍ ସିଟିଂ କୋଚ୍ ରହିବ ।

ଦ୍ବିତୀୟ ଟ୍ରେନ୍ ଭୁଜଠାରୁ ବରେଲି ଯାଏଁ ଟ୍ରେନ୍ ନମ୍ବର ୦୪୩୧୨ ଭୁଜ୍-ବରେଲି ସ୍ପେଶାଲ ଟ୍ରେନ୍ ପ୍ରତ୍ୟେକ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ଦିନ ୨ଟା ୫ମିନିଟ୍ ରେ ଛାଡିବ, ଯାହା ପରଦିନ ୨ଟା ୩୫ମିନିଟ୍ ରେ ବରେଲିରେ ପହଞ୍ଚିବ । ଏହି ଟ୍ରେନ୍ ୨୬ ଅକ୍ଟୋବରରୁ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟାବର୍ତ୍ତନରେ ୦୪୩୧୧ ଟ୍ରେନ୍ ନମ୍ବର ବରେଲି-ଭୁଜ୍ ସ୍ପେଶାଲ ଟ୍ରେନ୍ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ୬ଟା ୩୫ ମିନିଟ୍ ରେ ବରେଲି ଛାଡିବ ଏବଂ ପରଦିନ ସକାଳ ୧୨ଟା ୫ମିନିଟ୍ ରେ ଭୁଜରେ ପହଞ୍ଚିବ । ଏହି ଟ୍ରେନ୍ ୨୭ ଅକ୍ଟୋବରରୁ ୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚଳାଚଳ କରିବ ।

   Related Posts