Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଏଥର ବାଲିଯାତ୍ରାରେ ସେଲ୍‌ଫି ଲଭର୍ସଙ୍କ ପାଇଁ ଖୁସି ଖବର, ସଜେଇ ହେଉଛି ସ୍ବତନ୍ତ୍ର ସେଲ୍‌ଫି ପଏଣ୍ଟ

3/11/2019 at 5:00 PM

କଟକ ୩।୧୧: କଟକ ବାଲିଯାତ୍ରାରେ ଏଥର ସେଲଫି ଲଭର୍ସଙ୍କ ପାଇଁ ଖୁସି ଖବର । ଯୁବ ଗୋଷ୍ଠୀ କିଭଳି ଭଲ ସ୍ମୃତିକୁ ନେଇ ସେଲଫି ଉଠାଇ ପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ତିଆରି କରାଯାଉଛି ସ୍ବତନ୍ତ୍ର ସେଲଫି ପଏଣ୍ଟ । ଆଉ ଭଲ କଥା ହେଉଛି ଫନି ବାତ୍ୟାରେ ବାଲିଯାତ୍ରା ପଡିଆରେ ଭାଙ୍ଗି ପଡିଥିବା ବଡ ବଡ ଗଛକୁ କାଟି ସେଗୁଡିକୁ ସୁନ୍ଦର ଢଙ୍ଗରେ ସଜାଇ ରଖି ସ୍ବତନ୍ତ୍ର ସେଲଫି ପଏଣ୍ଟ ତିଆରି କାମ ଆରମ୍ଭ ହୋଇଛି ବାଲିଯାତ୍ରା ପଡିଆରେ ।

ଚଳିତ ବର୍ଷ କଟକ ବାଲିଯାତ୍ରାକୁ ଅଭୁଲା କରି ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେବା ଆରମ୍ଭ କରିଛି । ଏଥର କଟକ ଜିଲ୍ଲା ପ୍ରଶାସନ ସେଲଫି ଲଭର୍ସଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ବତନ୍ତ୍ର ସେଲଫି ପଏଣ୍ଟ ।

ଫନି ବାତ୍ୟାରେ ବାଲିଯାତ୍ରା ପଡିଆରେ ଭାଙ୍ଗି ପଡିଥିବା ଗଛ ଗୁଡିକର ଗଣ୍ଡି ଗୁଡିକରୁ ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରି ନଦୀ କୂଳରେ ଥିବା ମୁଣ୍ଡା ବସ୍ତି ପାଖରେ ରଖାଯିବ । ସମ୍ପୃକ୍ତ ସ୍ଥାନକୁ ସୁନ୍ଦର ଭାବେ ସଜାଯାଇ, ସେଲଫି ପଏଣ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେଲଫି ପଏଣ୍ଟ ପ୍ରସ୍ତୁତ କରିବା ପାଇଁ ବାଲିଯାତ୍ରା ପଡିଆରେ ପଡି ରହିଥିବା ଗଛ ଗୁଡିକୁ ଏବେ ଅଗ୍ନିଶମ ବିଭାଗ ପକ୍ଷରୁ କଟାଯାଉଛି । ଆଉ ଦିନେ ଦୁଇ ଦିନ ଭିତରେ ଏହି ଗଛଗୁଡିକର ଗଡକୁ ନେଇ ଏକ ସୁନ୍ଦର ଡିଜାଇନ୍ ପ୍ରସ୍ତୁତ କରାଯିବ ।

ସେପଟେ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିମାନେ ଚଳିତ ବର୍ଷ ମହାନଦୀରେ ବୋଇତ ଯୋଗେ ସଭାସ୍ଥଳ ନିକଟକୁ ଆସିବେ ବୋଲି ଯୋଜନା କରାଯାଇଛି ।

   Related Posts