Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଖସୁଛି ପାରଦ ବଢୁଛି ଥଣ୍ଡା, ଅଜଗର ଘର ଉପରେ ନଡା ଓ ଭିତରେ ଲାଗିଛି ଲାଇଟ୍, ସିମ୍ପାଞ୍ଜି ଖୁଆଡରେ ଲାଗିଛି ରୁମ ହିଟର, ନନ୍ଦନକାନନରେ ବିଶେଷ ବ୍ୟବସ୍ଥା

5/01/2019 at 6:00 PM

ଭୁବନେଶ୍ବର ୫|୧: ଖସୁଛି ପାରଦ ବଢୁଛି ଥଣ୍ଡା । ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡ଼ିଶା । ଏଥିରୁ ବାଦ୍ ପଡିନି ଭୁବନେଶ୍ବରରେ । ଚଳିତ ବର୍ଷ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଛି ଶୀତ । ଅସହ୍ୟ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଜୀବଜଗତ ପାଇଁ ନକହିବା ଭଲ । ଶୀତ ପାଇଁ ନନ୍ଦନକାନନରେ ଜୀବଜନ୍ତୁଙ୍କ ପାଇଁ କଣ ସବୁ ବ୍ୟବସ୍ଥା ହୋଇଛି, ଆସନ୍ତୁ ଦେଖିବା । …

ଅସହ୍ୟ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ । ଏଥିରୁ ବାଦ ପଡିନାହାନ୍ତି ଜୀବଜଗତ । ମଣିଷ ସିନା ଶୀତରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ଆପଣଉଛି । ହେଲେ କଣ କରିବେ ପଶୁପକ୍ଷୀ । ସେଥିପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମାନେ କେମିତି ଶୀତରୁ ରକ୍ଷା ପାଇବେ ସେଥିପାଇଁ ତ ଏ ସବୁ ଆୟୋଜନ । ଉପରେ ନଡ଼ା ଗଦା, ତଳେ ଲାଗିଛି ବଲ୍ ବ ।ଆଉ ଉଷୁମ ଟାଣୁଛନ୍ତି ଅଜଗର ଓ କିଙ୍ଗ କୋବ୍ରା । ସିମ୍ପାଜୀ ଏନକ୍ଲୋଜରରେ ଲାଗିଛି ରୁମ ହିଟର । ସେହିଭଳି ନୀଳଗିରି ହନୁଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଶୀତରୁ କେମିତି ପଶୁପକ୍ଷୀ ରକ୍ଷା ପାଇବେ ସେଥିପାଇଁ ନନନ୍ଦନକାନନ କର୍ତ୍ତୃପକ୍ଷ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି  ।

ସଂଧ୍ୟା ହେଲେ ନନ୍ଦନକାନନର ସବୁ ଏନକ୍ଲୋଜର ଉପରେ ପରଦା ପଡିଯାଉଛି । ପକ୍ଷୀ ବିହାରରେ ତ ତାପମତ୍ରା ନିୟନ୍ତ୍ରଣ ଯନ୍ତ୍ର ଲାଗିଛି । ସେପଟେ ବାଘ, ଭାଲୁ ସିଂହ ମାନଙ୍କ ପାଇଁ ରାତିରେ ଖୁଆଡ ଖୋଲା ରହୁଛି । ସେହିପରି ସରିସୃପମାନଙ୍କ ପାଇଁ ସମୁଦ୍ର କୂଳ ଭଳି ବାଲି ବିଛାଯାଇଛି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ଆଉ ପଶୁପକ୍ଷୀଙ୍କ ପାଇଁ ଏଭଳି ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ବେଶ ମଜା ଉଠାଉଛନ୍ତି ସମସ୍ତେ ।

ଚଳିତ ବର୍ଷ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଛି ଶୀତ। ଆଗକୁ ଆହୁରି ୩-୪ ଦିନ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ରହିବ। ନନ୍ଦନକାନନରେ ଜୀବଜଗତଙ୍କ ସୁରକ୍ଷା ପାଇଁ ଏପରି ପ୍ରୟାସ ନିଶ୍ଚିତ ସ୍ବାଗତଯୋଗ୍ୟ। …

   Related Posts