ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ରାତିସାରା ଖୋଲାରହିବ ଶ୍ରୀମନ୍ଦିର
25/12/2019 at 9:59 AM

ପୁରୀ ୨୫।୧୨: ଆସନ୍ତା ୨୬ରେ ସୂର୍ଯ୍ୟ ପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହେବ । ଆଜି ରାତି ତମାମ ଶ୍ରୀମନ୍ଦିର ଖୋଲାରହିବ ଓ ମହାପ୍ରଭୁଙ୍କ ଦର୍ଶନ ମିଳିବ । ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି ।
ଆଜି ରାତି ୮ ଟା ୨୦ମିନିଟ୍ରେ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ । ଆସନ୍ତାକାଲି ସକାଳ ୮ ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ୧୧ ଟା ୩୦ମିନିଟ୍ରେ ସର୍ବମୋକ୍ଷ ହେବ । ସକାଳେ ସୂର୍ଯ୍ୟ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ତଡ଼ପ, ମଇଲମ, ମଙ୍ଗଳ ଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗ୍ରହଣ ସାଧାବେଶ ପରେ ଗ୍ରହଣ ଭୋଗ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021