ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତା ଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଦର୍ଶନ

Published By : Prameya-News7 Bureau | August 01, 2019 IST

ପୁରୀ ୧|୮:  ଶ୍ରୀମନ୍ଦିରରେ ଆଜି ଚିତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କର ଏହି ସ୍ୱତନ୍ତ୍ର ନୀତି ପ୍ରଥମ ଭୋଗ ମଣ୍ଡପରେ ଅପରାହ୍ଣ ୨ ଟାରୁ ସଂଧ୍ୟା ୬ଟା ଯାଏଁ ଅନୁଷ୍ଠିତ ହେବ।

ଶ୍ରୀଜିଉ ମାନଙ୍କ ମଥାରେ ଲାଗୁଥିବା ‘ରତ୍ନ ଚିତା’କୁ ନେଇ ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ପାଳନ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଠାକୁରଙ୍କ ମଥାରୁ ପଞ୍ଚରତ୍ନରେ ନିର୍ମିତ ‘ରତ୍ନ ଚିତା’ ଓଲାଗୀ ହୋଇଥାଏ। ଠାକୁରଙ୍କ ମଥାରେ ସୋଲରେ ତିଆରି ଚିତାକୁ ଲଗାଇ ଦିଆଯାଇଥାଏ। ରଥଯାତ୍ରା ଶେଷ କରି ଶ୍ରୀଜିଉମାନେ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ତେଣୁ ପୁଣି ଥରେ ସେହି ରତ୍ନ ଚିତାକୁ ଠାକୁରଙ୍କ ମଥାରେ ଲଗାଯିବ।

ନୀତି ଅନୁସାରେ ବଡ଼ ଠାକୁର ଶ୍ରୀଜଗନ୍ନାଥ ନୀଳ ଚିତା ପିନ୍ଧିବେ। ସେହିପରି ଦେବୀ ସୁଭଦ୍ରାଙ୍କର ମଥାରେ ନାଲି ଚିତା ଓ ବଳଭଦ୍ରଙ୍କ ମଥାରେ ଧଳା ଚିତା ଲାଗିବ। ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଓଡ଼ିଆ ଘରେ ଚିତାଉ ପିଠା ତିଆରି ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.