କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି: କାଲିଠୁ କାର୍ତ୍ତିକ ବ୍ରତ, ସଂକଳ୍ପ କଲେ ହବିଷ୍ୟାଳୀ

Published By : Prameya-News7 Bureau | October 20, 2021 IST

ପୁରୀ ୨୦/୧୦: ପୁରୀ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ ।

ସେପଟେ ଆସନ୍ତାକାଲି ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଯେଉଁ ହବିଷ୍ୟାଳୀ ମାନେ କାର୍ତ୍ତିକ ବ୍ରତ ପାଳନ କରିବେ ସେମାନେ ଆଜି ସଙ୍କଳ୍ପ କରିଛନ୍ତି । ତେବେ ଆଜି ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇ ପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.