ଆହୁରି ସଠିକ ହେବ ପାଣିପାଗ ପୂର୍ବାନୁମାନ, ସରକାର କିଣିବେ ୨୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବିମାନ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯।୯: ଦେଶର ପାଣିପାଗ ପୂର୍ବାନୁମାନ ଆହୁରି ସଠିକ ହେବ। ଏଥିଲାଗି ସରକାର ଏକ ଅତ୍ୟାଧୁନିକ ବିମାନ କିଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଭୂ-ବିଜ୍ଞାନମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସଂସଦରେ ଏକ ଲିଖିତ ପତ୍ରର ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଏଥିଲାଗି ସ୍ୱତନ୍ତ୍ର ରିସର୍ଚ୍ଚ ବିମାନର ଆବଶ୍ୟକତା ନେଇ କେନ୍ଦ୍ର ମନ୍ତ୍ରୀ ଗୃହକୁ ସୂଚନା ଦେଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କା ହୋଇପାରେ ବୋଲି କହିଛନ୍ତି।

{"id":331941,"sizeSlug":"large"}

ଦେଶର ବିଭିନ୍ନ ଭାଗର ପାଣିପାଗ ପ୍ରକ୍ରିୟା ଅନୁଧ୍ୟାନ ଲାଗି ଏପରି ବିମାନର ଆବଶ୍ୟକତା ଥିବା ମନ୍ତ୍ରୀ କହିଛନ୍ତି। ଏହି ବିମାନ ବିଭିନ୍ନ ବୈଜ୍ଞାନିକ ଉପକରଣରେ ସଜ୍ଜିତ ହେବା ସହ ଏହା ସହାୟତାରେ ବିଭିନ୍ନ ତଥ୍ୟର ବିଶ୍ଲେଷଣ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। କେବଳ ପାଣିପାଗ ନୁହେଁ ବାୟୁ ପ୍ରଦୂଷଣ, ସ୍ୱାସ୍ଥ୍ୟ ଓ ପରିବେଶ ସମ୍ପର୍କିତ ଅଧ୍ୟାୟନରେ ମଧ୍ୟ ବିମାନ ସହାୟକ ହେବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

{"id":331942,"width":576,"height":359,"sizeSlug":"large"}

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଇଣ୍ଡିଆନ ଟ୍ରପିକାଲ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଆଇଏମଟି) ନୋଡାଲ ଏଜେନ୍ସି ଭୂମିକା ନିର୍ବାହ କରିବେ। କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରାଳୟଙ୍କ ଅଧିନରେ ଆଇଆଇଏମଟି ଏକ ସ୍ୱୟଂ ଶାସିତ ସଂସ୍ଥା। ଏହି ନୋଡାଲ ଏଜେନ୍ସି ଜରିଆରେ ଲୋକଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ଜଣାଇ ଦିଆଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.