Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜି ବିଶ୍ବ ହସ୍ତୀ ଦିବସ : ପ୍ରତିବର୍ଷ ହାତୀ-ମଣିଷ ସଂଘର୍ଷରେ ଯାଉଛି ଉଭୟ ପକ୍ଷର ଜୀବନ , ଯୋଜନା ଅଛି କିନ୍ତୁ ହେଉନି ଫଳପ୍ରଦ

12/08/2020 at 8:34 AM

ବାଲେଶ୍ୱର ୧୨।୦୮: ଆଜି ବିଶ୍ବ ହସ୍ତୀ ଦିବସ । ମଣିଷ-ହାତୀ ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେବେ ହାତୀର। ପ୍ରକୃତିର ଅବକ୍ଷୟ ବି ହାତୀକୁ ମରଣ ମୁହଁକୁ ଠେଲିଦେଇଛି। ହାତୀର ସୁରକ୍ଷା ପାଇଁ ଯୋଜନା ହେଉଛି, ଏହା କେତେ ଫଳପ୍ରଦ ହେଉଛି ତାହା ବି ଏକ ପ୍ରଶ୍ନ। ଆଜିର ସ୍ବତନ୍ତ୍ର ଦିବସରେ ଏହି ବନ୍ୟପ୍ରାଣୀ ପାଇଁ ଚିନ୍ତା କରିବାର ସମୟ ଆସିଛି । ୨୦୧୨ ଅଗଷ୍ଟ ୧୨ରୁ ବିଶ୍ୱ ହାତୀ ଦିବସ ପାଳିତ ହୋଇ ଆସୁଛି । ଉଦେଶ୍ୟ ହାତୀ-ମଣିଷ ମଧ୍ୟରେ ସଂପର୍କ ।  ତଥ୍ୟ କହୁଛି ପ୍ରତିର୍ବଷ ହାତୀ ମଣିଷ ଲଢଇରେ ଦେଶରେ ୫ ଶହ ବ୍ୟକ୍ତି ଏବଂ ୧୦୦ ହାତୀଙ୍କ ଜୀବନ ଯାଉଛି ।

ଆଜି ବିଶ୍ବ ହସ୍ତୀ ଦିବସ । ହାତୀ ପାଇଁ ଦିନଟିଏ । ତେବେ ଉଦବେଗର ବିଷୟ ହେଉଛି ହାତୀ ବଂଶ ହ୍ରାସ ପାଇବାରେ ଲାଗିଛି । କେବଳ ଆମ ରାଜ୍ୟ ବା ଦେଶ ନୁହେଁ , ସାରା ବିଶ୍ବରେ କମୁଛି ହାତୀ ସଂଖ୍ୟା । ୨୦୧୭ ହାତୀ ଗଣନା ରିପୋର୍ଟ ଅନୁଯାୟୀ ଦେଶରରେ ୩୦ ହଜାର ହାତୀ ଅଛନ୍ତି । ଏହି ତୁଳନାରେ ଓଡ଼ିଶାରେ ଅଛନ୍ତି ୧୯ ଶହ ୭୬ଟି । ୧୯୭୯ ରେ ରାଜ୍ୟରେ ହାତୀ ସଂଖ୍ୟା ଥିଲା ୨୦୪୪ । ଶିମିଳିପାଳରେ ୩୩୦ ,ଢେଙ୍କାନାଳରେ ୧୬୯, ସାତକୋଶିଆରେ ୧୪୭, ଆଠଗଡରେ ୧୧୫, କୁଲଡିହାରେ ୯୭ଟି ହାତୀ ଅଛନ୍ତି । ତେବେ ସେମାନଙ୍କର ବଂଶ ବିସ୍ତାର ହୋଇ ପାରୁନି । ତଥ୍ୟ କହୁଛି ବିଗତ ଦଶ ବର୍ଷରେ ଓଡ଼ିଶାରେ ହାତୀ ମଣିଷ ଲଢେଇରେ ୭୪୪ ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏହି ସମୟରେ ୭୪୦ ହାତୀ ମରିଛନ୍ତି ।

ତେବେ କାହିଁକି ହାତୀ ବଂଶ ବଢୁନି । ଏଥିପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡିବ । ଗୋଟିଏ ହାତୀ ଦିନକୁ ଦୁଇ ଶହ ପଚାଶ ଲିଟର ପାଣି ପିଇଥାଏ । ଦେଢ କୁଇଣ୍ଟାଲ ଓଜନର ଡାଳ ପତ୍ର ଖାଇଥାଏ । ଏଥିପାଇଁ ଆବଶ୍ୟକ ଯଥେଷ୍ଟ ଜଙ୍ଗଲ ଏବଂ ନଦୀ, ଝରଣା । ଜଙ୍ଗଲ ହ୍ରାସ ପାଉଥିବାରୁ ହାତୀ ଅଣନିଶ୍ବାସୀ ହୋଇ ପଡୁଛି । ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଧାଉଁଛି । ଜନବସତିକୁ ମୁହାଁଉଛି । ଜଙ୍ଗଲ କ୍ଷୟ, ଜଙ୍ଗଲ ଭିତରେ ବିଦ୍ୟୁତ ତାର, ବେଆଇନ ବ୍ଲାଷ୍ଟିଂ, ଶିକାରୀଙ୍କ ପାଦ୍ରଭାବ, ଆଉ ହାତୀ ମଣିଷର ବିବାଦ ଏହାର ମୁଖ୍ୟ କାରଣ । ଏହା ସହ ଏଯାଏ ହାତୀ କରିଡର ହୋଇପାରିଲା ନାହିଁ । ତେବେ ଆଗକୁ ହାତୀ ବଂଶ କିପରି ବୃଦ୍ଧି ପାଇବ , ସେଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନେକ ପ୍ରାଣୀ ଗବେଷକ କହିଛନ୍ତି ।

   Related Posts