ରାଜ୍ୟରେ ରିଲିଫ୍ ଦେବା ଭଳି ସ୍ଥିତି ହୋଇନି : ଏସ୍ଆର୍‌ସି

Published By : Prameya-News7 Bureau | August 30, 2018 IST

ଭୁବନେଶ୍ୱର ୩୦|୮:  ରାଜ୍ୟରେ ରିଲିଫ୍ ଦେବା ଭଳି ସ୍ଥିତି ହୋଇନି । ତଳିଆ ଅଞ୍ଚଳରେ ପାଣି କମିଛି । ସ୍ଥିତି ଭଲ ରହିଛି । ଆଠମଲ୍ଲିକ ଓ ବୌଦ୍ଧ ଅଞ୍ଚଳରେ ପାଣି କମିଲାଣି । କୌଣସି ଜନବସତି ଏହାଦ୍ବାରା ପ୍ରଭାବିତ ହୋଇନି । ହୀରାକୁଦ ପଛୁଆ ଅଞ୍ଚଳ ସମ୍ବଲପୁରର ଚିପିଲିମା ଓ ଅନ୍ତରାଡିରେ ପାଣି ପଶିଥିଲା । କିନ୍ତୁ ବେଶୀ ପ୍ରଭାବିତ ହୋଇନି ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ହୀରାକୁଦ ଜଳଭଣ୍ଡାରର ୨୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୪ଲକ୍ଷ ୪୪ ହଜାର କ୍ୟୁସେକ୍ ଜଳ, ନିଷ୍କାସିତ ହେଉଛି ୪ ଲକ୍ଷ ୧୦ ହଜାର କ୍ୟୁସେକ୍ ଜଳ । ମୁଣ୍ଡୁଳିରେ ୬ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମରୁ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଏହାଦ୍ବାରା ଦୋରାଗୁଡା, ମୁଣ୍ଟାଗୁଡା ଓ ନୂଆଗଡ ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି । ସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ, ଅଗ୍ନଶମ ବିଭାଗ, ଏନଡିଆର୍‌ଏଫ୍‌କୁ ସଜାଗ ରହିବାକୁ କୁହାଯାଇଛି । ସବୁ ସ୍ଥାନରେ ବୋଟ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ତେବେ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆର୍‌ସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.