Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାଇ ହାତରେ ବାନ୍ଧିବେ ଖାଦ୍ୟ ସାମଗ୍ରୀରେ ତିଆରି ରାକ୍ଷୀ

25/08/2018 at 1:17 AM

ମୟୁରଭଞ୍ଜ ୨୫/୮ : ଭାଇ, ଭଉଣୀର ସ୍ନେହ ଓ ଭଲପାଇବାର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀକୁ ନେଇ ଖୋଲିଛି ଅନେକ ଦୋକାନ । ଭିନ୍ନ ଭିନ୍ନ ପ୍ରକାର ରାକ୍ଷୀ ବଜାରରେ ବିକ୍ରୀ ହେଉଛି । ହେଲେ ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଛାତ୍ରୀମାନେ ତିଆରି କରିଛନ୍ତି ନିଆରା ରାକ୍ଷୀ । ନିତ୍ୟ ବ୍ୟବହାର୍ଯ୍ୟରେ ଆସୁଥିବା ଖାଦ୍ୟ ସାମଗ୍ରୀରେ ସେମାନେ ଏହି ରାକ୍ଷୀ ତିଆରି କରିଛନ୍ତି । ଭିନ୍ନ ଭିନ୍ନ ରଙ୍ଗ ଦିଆ ଚାଉଳ, ଡାଲି, ଧାନ, ବିରି, ଚୂଡା ଆଦିରେ ଛାତ୍ରୀମାନେ ବନାଉଛନ୍ତି ରାକ୍ଷୀ । ଭାଇ ପାଇଁ ଥିବା ଭଲ ପାଇବା, ସ୍ନେହ, ପ୍ରେମ ବନ୍ଧନର ପ୍ରତୀକ ଏହି ରାକ୍ଷୀକୁ ଅତି ଯତ୍ନର ସହ ତିଆରି କରିଛନ୍ତି ଏମାନେ । ରାକ୍ଷୀ ପୂର୍ଣ୍ଣିମାରେ ଏହି ରାକ୍ଷୀ ଗୁଡିକୁ ନିଜ ଭାଇଙ୍କୁ ପିନ୍ଧାଇବା ସହ ଉଦଳା ଉପକାରାଗାରର ଅନ୍ତେବାସୀଙ୍କୁ ପିନ୍ଧାଇବେ ବୋଲି ଛାତ୍ରୀମାନେ କହିଛନ୍ତି । ବଜାରରେ ଭିନ୍ନ ଭିନ୍ନ ରଙ୍ଗ ଏବଂ ଡିଜାଇନର ରାକ୍ଷୀ ମିଳୁଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରୀମାନଙ୍କ ଏଭଳି ନିଆରା ପ୍ରୟାସକୁ ଖୁବ୍ ତାରିଫ କରିଛନ୍ତି ଶିକ୍ଷକ । ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ଶିକ୍ଷକମାନେ ପ୍ରୋତ୍ସାହିତ କରି ଆସୁଛନ୍ତି । କେଜିବିଭି ବିଦ୍ୟାଳୟର ଛାତ୍ରୀମାନଙ୍କ ଏଭଳି ନିଆରା ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

   Related Posts