ଦେଶରେ ଲଞ୍ଚ ହେଲା ସ୍ୱତନ୍ତ୍ର ବାଇସାଇକେଲ, ଜାଣନ୍ତୁ ଏହାର ମୂଲ୍ୟ ଓ ଫିଚରସ୍

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ:  ପରିବେଶ ସୁରକ୍ଷା ନିମନ୍ତେ ଦେଶରେ ଏବେ ଇନ୍ଧନ ଚାଳିତ ବାହନ ବଦଳେ ଇଲେକ୍ଟ୍ରିକ ଭେଇକିଲକୁ ପ୍ରୋତ୍ସାହନ ଦିଆଯାଉଛି। ଏହିକ୍ରମରେ ଟ୍ରାକ୍ ବାଇସାଇକେଲ ପକ୍ଷରୁ ଦେଶରେ ନୂଆ ପ୍ରିମିୟମ ରେସିଂ ସାଇକେଲ ‘ମାଡୋନ ଏସଏଲ ସିକ୍ସ ଡିସ୍କ’ ଲଞ୍ଚ ହୋଇଛି। ଯାହାର ବଜାର ମୂଲ୍ୟ ରହିଛି ମାତ୍ର ୩ଲକ୍ଷ ୫୯ ହଜାର ୭ଶହ ୯୯ ଟଙ୍କା। ଦେଶର ବଜାରରେ ଉପଲବ୍ଧ ହେଉଥିବା ବାଇସାଇକେଲ ମଧ୍ୟରେ ଏହା ଏପର୍ଯ୍ୟନ୍ତ ସବୁଠୁ ଲାଟେଷ୍ଟ ବାଇସାଇକେଲ।

{"id":133207}

ମାଡୋନ ସିରିଜ ସାଇକେଲ ଦେଶରେ ସବୁଠୁ ଅତ୍ୟାଧୁନିକ, ସୁପରିୟର ରାଇଡ କ୍ୱାଲିଟି ଓ ଏକ୍ସଟ୍ରାର୍ଡିନାରୀ ଇଣ୍ଟିଗ୍ରେସନ ଲାଗି ବେଶ ପରିଚିତ। ଏରୋ ବ୍ଲିଜ୍, ଶକ୍ତିଶାଳୀ ହାଇଡ୍ରୋଲିକ୍ ଡିସ୍କ ବ୍ରେକ୍ ଓ ସ୍ଲିକ ଲୁକ୍ ର ଏହି ବାଇସାଇକେଲ ଦ୍ରୁତ ବେଗରେ ଯିବାକୁ ବିଲକୁଲ ପରଫେକ୍ଟ ବୋଲି କୁହାଯାଉଛି। ଏହି ସାଇକେଲରେ ଫାଇଭ ହଣ୍ଡ୍ରେଡ ସିରିଜ ଓସିଏଲଭି କାର୍ବନ ଫ୍ରେମ ବ୍ୟବହୃତ ହୋଇଛି।

{"id":133208}

ଏହି ଫ୍ରେମ ଟ୍ରାକ ବାଇସାଇକେଲର ପେଟେଣ୍ଟ ହୋଇଥିବା ଯୋଗୁ ସାଇକେଲ ମଜଭୁତ ସହ ହାଲୁକା ମଧ୍ୟ । ନୂଆ ରେସିଂ ସାଇକେଲର ଓଜନ ମାତ୍ର ୮ କେଜି ୬୩ ଗ୍ରାମ ରହିଛି। ସାଇକେଲ ଚାଳକଙ୍କ ସମେତ ୧୨୫ କେଜି ଓଜନ ବହନ କରି ବେଶ ସହଜରେ ଚାଲିପାରେ।  ଅନ୍ୟ ସାଇକେଲ ତୁଳନାରେ ଏହାର ବେଦ ଅଧିକ ହୋଇଥିବା ବେଳେ ବୀପରିତ ପରିସ୍ଥିତିରେ ହାଇଡ୍ରୋଲିକ୍ ବ୍ରେକ୍ ସାଇକେଲକୁ  ସନ୍ତୁଳିତ ଚାଳନାରେ ସହାୟକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.