Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଭକ୍ତଙ୍କୁ ମିଳିବ ବରାଦି ଅବଢ଼ା, ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି

21/10/2020 at 5:18 PM

ପୁରୀ ୨୧।୧୦: ଆଗକୁ ପବିତ୍ର କାର୍ତ୍ତିକ ମାସ । ମହାପ୍ରଭୁଙ୍କ ମହାପ୍ରସାଦ ପାଇବା ଆଶାରେ ଅଛନ୍ତି ଭକ୍ତ । କୋଭିଡ଼ କଟକଣା ନେଇ ଆବଶ୍ୟକ ମୁତାବକ ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା ଯାଉ ନଥିବା ବେଳେ କାର୍ତ୍ତିକ ମାସରେ ସମସ୍ତ ଭକ୍ତ ଯେଭଳି ମହାପ୍ରଭୁଙ୍କ ମହାପ୍ରସାଦ ପାଇ ପାରିବେ ସେ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି ।

ଦୀର୍ଘ ୭ ମାସ ହେବ ଭକ୍ତ ମାନେ ସରକାରଙ୍କ କୋଭିଡ଼ କଟକଣା ପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ତେଣୁ ମହାପ୍ରସାଦ ଟିକେ ପାଇ ପରମ ତୃପ୍ତି ପାଉଥିବା ଭକ୍ତ ପାଇଁ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ଦାବି ହୋଇଛି । ଆଗାମୀ ଦିନରେ ଏ ନେଇ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା ହେବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୭ ତାରିଖରୁ ବାହାରା ଲୋକଙ୍କ ପାଇଁ ବରାଦି ଅବଢ଼ା ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । କରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ବାରଦି ମହାପ୍ରସାଦ ମିଳିବ ନାହିଁ ବୋଲି ପୂର୍ବରୁ ସୁଆର ମହାସୁଆର ନିଯୋଗ ମତ ଦେଇଥିବା ବେଳେ ଉତ୍ତର ଓ ଦକ୍ଷିଣ ଦ୍ବାରରେ ଟେଣ୍ଟ ଯୋଗେ କୋଭିଡ଼ ଗାଇଡ଼ ଲାଇନ୍ ପାଳନ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବରାଦି ମହାପ୍ରସାଦ ମିଳିପାରିବ ବୋଲି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts