Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ମା’ ହିଙ୍ଗୁଳାଙ୍କ ନାମରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

15/10/2020 at 7:33 PM

ଅନୁଗୋଳ, ୧୫।୧୦:  ଉନ୍ମୋଚିତ ହେଲା ମାଆ  ହିଙ୍ଗୁଳାଙ୍କ ନାମରେ  ଡାକ ଲଫାପା। ତାଳଚେର ସାଉଥ ବଲଣ୍ଡା ଉପ ଡାକଘର ସାମ୍ନାରେ ଏହି ଲଫାପାକୁ ଉନ୍ମୋଚିତ କରାଯାଇଛି। ମାଆ ହିଙ୍ଗୁଳାଙ୍କ ନାମରେ ଡାକ ଲଫାପା ଉନ୍ମୋଚିତ ହୋଇଥିବାରୁ ତାଳଚେରବାସୀ ଡାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ନାମରେ ଏକ ଡାକ ଲଫାପା ଉନ୍ମୋଚିତ ହୋଇଛି। ତାଳଚେର ସାଉଥ ବଲଣ୍ଡା ଉପ ଡାକଘର ପକ୍ଷରୁ ଏହି ଲଫାପା ଉନ୍ମୋଚିତ ହୋଇଛି। ଏହି ଲଫାପା ଉନ୍ମୋଚିତ ସମୟରେ ତାଳଚେର ବିଧାୟକଙ୍କ ଉପଜିଲ୍ଲାପାଳ ଏବଂ ହିଙ୍ଗୁଳା କ୍ଷେତ୍ରର ମହା ପ୍ରବନ୍ଧକ ଉପସ୍ଥିତ ଥିଲେ।

ଏହି ସ୍ଵତନ୍ତ୍ର ଡାକ ଲଫାପାରେ  ମାଆ ହିଙ୍ଗୁଳାଙ୍କ ଅବସ୍ଥିତ ଓ ମହିମା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଥର ପାଇଁ ସରକାରୀ ସ୍ଥରରେ ମାଆ ହିଙ୍ଗୁଳାଙ୍କ ଡାକ ଲଫାପା ଉନ୍ମୋଚିତ ହୋଇଥିବାରୁ ତାଳଚେର ବାସୀ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଡାକ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

   Related Posts