ସାବଧାନ୍ ରୋଡ୍ ରୋମିଓ : ନାରୀ ନିର୍ଯାତନା ରୋକିବେ ସ୍ପେଶାଲ ପୋଲିସ ଅଫିସର

Published By : Prameya-News7 Bureau | January 02, 2020 IST

ଭୁବନେଶ୍ବର ୨/୧: ମହିଳାଙ୍କୁ ସୁରକ୍ଷା ଦେବାକୁ କମିଶନରେଟ୍ ପୋଲିସର ଅଭିନବ ପଦକ୍ଷେପ ।  ଏଣିକି ନାରୀ ନିର୍ଯାତନା ରୋକିବେ ସ୍ପେଶାଲ ପୋଲିସ ଅଫିସର ବା ଏସପିଓ । ୩ଶହ ସାଧାରଣ ମହିଳାଙ୍କୁ ନେଇ ଏସପିଓ ଟିମ୍ ଗଠନ କରାଯାଇଛି । ଏମାନଙ୍କ ପାଖରେ ଜଣେ ପୋଲିସ କର୍ମଚାରୀଙ୍କ କ୍ଷମତା ବି ରହିବ । …

{"id":205864,"sizeSlug":"large"}

ସାବଧାନ୍ ରୋଡ୍ ରୋମିଓ । ଆଉ ମହିଳାଙ୍କୁ କମେଣ୍ଟ ମାରି ବର୍ତ୍ତିପାରିବେନି । ସେମାନଙ୍କୁ ସାବାଡ୍ କରିବେ ଏସପିଓ ।  ଏଥି ସହ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବି ରୋକିବେ ଏମାନେ ।  ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନା ରୋକିବାକୁ ଗଠନ ହେଲା ସ୍ପେଶାଲ ପୋଲିସ ଅଫିସର ବା ଏସପିଓ । ସାଧାରଣ ମହିଳାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଏସପିଓ ଟିମ୍ ଗଠନ କରାଯାଇଛି । ଏହି ଟିମରେ ୩ଶହ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି । ଜଣେ ପୋଲିସ କର୍ମଚାରୀଙ୍କ ଭଳି କ୍ଷମତା ଏମାନଙ୍କ ପାଖରେ ରହିବ । ରୋଡ୍ ରୋମିଓଙ୍କୁ ସାବାଡ୍ କରିବେ, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବେ ଏମାନେ । ଆବଶ୍ୟକ ପଡିଲେ ଗିରଫ ବି କରିପାରିବେ ।  ହାଇଦ୍ରାବାଦ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ  ଏବଂ ନିର୍ଭୟା କାଣ୍ଡକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ।

{"id":205865,"sizeSlug":"large"}

ଅବୈତନିକ ଭାବେ କମିଶନରେଟ ପୋଲିସକୁ ଅପରାଧ ରୋକିବାରେ ଏମାନେ ସହଯୋଗ କରିବେ । ପ୍ରଥମେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବୃଦ୍ଧି ପାଇବ। ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ଏସପିଓମାନେ କାମ କରିବେ । କଟକ ଓ ଭୁବନେଶ୍ବରର ୫୬ରୁ ଅଧିକ ଅନୁଷ୍ଠାନର ମହିଳା ଏହି ଟିମରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଇଟି, କଲ୍ ସେଣ୍ଟର ଓ କଲେଜ ଛାତ୍ରୀ ଏହି ଟିମରେ ସାମିଲ ଅଛନ୍ତି ।  ଏସପିଓମାନଙ୍କୁ ପରିଚୟ ପତ୍ର ଓ ଟି ସାର୍ଟ ପ୍ରଦାନ କରାଯାଇଛି ।

{"id":205866,"sizeSlug":"large"}

ମହିଳା ଶସକ୍ତିକରଣ କରିବା ହେଉଛି କମିଶନରେଟ୍ ପୋଲିସର ମୁଖ୍ୟ ଲକ୍ଷ୍ୟ । କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପକୁ ସର୍ବସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି ।

{"id":205867,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.