Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

PNB ଋଣ ଠକେଇ ମାମଲା: ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେଲେ ନିରବ ମୋଦି

5/12/2019 at 12:56 PM

ମୁମ୍ବାଇ ୫।୧୨:  ଶେଷରେ ପଳାତକ ଆର୍ଥିକ ଅପରାଧୀ ଘୋଷିତ ହୋଇଛନ୍ତି ଫେରାର ବ୍ୟବସାୟୀ ନିରବ ମୋଦି। ଗୁରୁବାର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆଇନ (ପିଏମଏଲଏ) ବଳରେ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିଛନ୍ତି।  ନିରବଙ୍କ  ପୂର୍ବରୁ କୋର୍ଟ ଗତ ଜାନୁୟାରୀ ମାସରେ  ବିବାଦୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏଭଳି ପଳାତକ ଘୋଷଣା କରିଥିଲେ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ନିରବ ଏବେ ଦେଶରୁ ଫେରାର ଅଛନ୍ତି। ତେବେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ ହେଁ ତାଙ୍କ ସମ୍ପତ୍ତି ଜବତ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ। ପିଏନବି ଅନିୟମିତତା ମାମଲାରେ ନିରବ ଓ ତାଙ୍କ କାକା ମୋହୁଲ ଚୌକସୀ ମୁଖ୍ୟ ଅପରାଧୀ । ତେବେ ବ୍ୟାଙ୍କ ଋଣ ଠକେଇ ମାମଲା ଉପରୁ ପର୍ଦ୍ଦା ହଟିବା ଆଗରୁ ସେମାନେ ଜାନୁୟାରୀ ୨୦୧୮ରେ ଦେଶରୁ ଫେରାର ହୋଇଯାଇଥିଲା।

ନିରବଙ୍କୁ ଲଣ୍ଡନ ପୋଲିସ ଗତ ମାର୍ଚ୍ଚ ମାସରେ ଗିରଫ କରିଥିବା ବେଳେ ତାଙ୍କର ପ୍ରତ୍ୟାର୍ପଣ ପ୍ରକ୍ରିୟା ଏବେ ଜାରି ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ନିରବ ଓ ଅନ୍ୟମାନଙ୍କୁ ପଳାତକ ଘୋଷଣା କରିବା ଲାଗି ମୁମ୍ବାଇ ସ୍ୱତନ୍ତ୍ର ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ କୋର୍ଟ ରେ ଲାଗି ଅପିଲ କରିଥିଲେ। ସେହି ଅନୁସାରେ ଜଷ୍ଟିସ୍ ଭି.ସି.ବର୍ଡେଙ୍କ କୋର୍ଟ ନିରବଙ୍କୁ ଏଫଇଓ ଘୋଷଣା କରିଛନ୍ତି।

   Related Posts