ରାଜ୍ୟର ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ ୧୬ କୋଟି ମଞ୍ଜୁର, ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨।୦୨: ସଂଖ୍ୟାଲଘୁଙ୍କ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଧର୍ମାନୁଷ୍ଠାନଗୁଡିକର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ପେସାଲ ପ୍ରୋବ୍ଲେମ ଫଣ୍ଡରୁ ଏହି ଅର୍ଥ ଯୋଗାଇ ଦିଆଯିବ । 

ଘୋଷଣା କରାଯାଇଥିବା ଅର୍ଥରେ ସତ୍ୟନଗର କ୍ୟାଥୋଲିକ୍  ଚର୍ଚ୍ଚକୁ ୨ କୋଟି ଟଙ୍କା । ୟୁନିଟ-୪ ଭୁବନେଶ୍ବର ମସଜିଦକୁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । କଟକ ମିସନ ରୋଡ଼ ସ୍ଥିତ ଓଡ଼ିଆ ବାପଟିଷ୍ଟ ଓ ଦରଘା ବଜାର କଦମ-ଏ-ରସୁଲ ମସଜିଦକୁ ୨ କୋଟି  ଟଙ୍କା ମଞ୍ଜୁର କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଫକିରାପଡ଼ା ମରକାଜି ମସଜିଦ, ଭଦ୍ରକ ପୁରୁଣା ବଜାର ଜାମା ମସଜିଦ, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟନ ମସଜିଦ, ସମ୍ବଲପୁର ସେଣ୍ଟ ଜୋସେଫ ଚର୍ଚ୍ଚ ।  ବ୍ରହ୍ମପୁର ଭାପୁର ବଜାର ଓ ଜାମିଆ ମସଜିଦ, ବ୍ରହ୍ମପୁର ଗିରିରୋଡ଼ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶୋପ ମିସନାରୀ  ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ୧ କୋଟି ଟଙ୍କା ଲେଖାଏଁ ଅର୍ଥ ଘୋଷଣା କରାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.