ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା

Published By : Prameya-News7 Bureau | October 31, 2018 IST

ଭୁବନେଶ୍ୱର ୩୧/୧୦: ତିତଲି ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ ଘଷଣା କରିଛନ୍ତି । ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କୃଷି ଇନ୍ ପୁଟ୍ ସବସିଡି । ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ସବସିଡି ମିଳିବ । ହେକ୍ଟର ପିଛି ଅଣସେଚିତ ଜମି ପାଇଁ ୬ହଜାର ୮ ଶହ ଟଙ୍କା । ଜଳସେଚିତ ଜମି ପାଇଁ ୧୩ ହଜାର ୫ଶହ ଟଙ୍କା ସବସିଡି ମିଳିବ । ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛି ୧୮ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ । ରବିଫସଲ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ୨ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ମିନିକିଟ୍ ପ୍ରଦାନ କରାଯିବ । ରବି ସିଜିନ୍‌ରେ ୨୦ ହଜାର ହେକ୍ଟରରେ ଡେମନଷ୍ଟ୍ରେସନ ପ୍ରୋଗ୍ରାମ କରାଯିବ । ୧୦୦୦ ପମ୍ପସେଟ ୫୦ ପ୍ରତିଶତ ସବସିଡିରେ ଦିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ପିଲାଙ୍କ ପାଇଁ ହାଇସ୍କୁଲ ପର୍ଯ୍ୟନ୍ତ ଫି ଛାଡ଼ କରାଯିବ ଏବଂ ମାଗଣା ବହିପତ୍ର, ପୋଷାକ ଯୋଗାଇଦେବେ ସରକାର । ସେହିପରି ମତ୍ସ୍ୟଚାଷ ଉଜୁଡ଼ିଥିବା ଚାଷୀଙ୍କୁ ୭୫ ପ୍ରତିଶତ ଆର୍ଥିକ ସହାୟତା ଦିଆଯିବ । ସମୁଦାୟ ୩୭ଟି କ୍ଷେତ୍ର ପାଇଁ ଘୋଷଣା କରାଯାଇଛି । ତିତଲି କ୍ଷୟକ୍ଷତି ପାଇଁ ଆସନ୍ତା କାଲି ଆସିବ କେନ୍ଦ୍ରୀୟ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.