ରିଲିଜ୍ ହେଲା 'Special Ops 1.5' ଦମଦାର୍ ଟ୍ରେଲର୍: ଆକ୍ସନ୍ ଓ ରୋମାନ୍ସରେ ଭରପୁର୍

Published By : Prameya-News7 Bureau | October 19, 2021 IST

ମୁମ୍ବାଇ ୧୯/୧୦ : ୱେବ୍ ସିରିଜ୍ 'ସ୍ପେସିଆଲ୍ ଅପ୍ସ' (Special Ops)ର ପରବର୍ତ୍ତୀ ସିଜିନର ଟ୍ରେଲର ରିଲିଜ୍ ହୋଇଛି, ଯାହାର ନାଁ ରହିଛି -' ସ୍ପେଶାଲ୍ ଅପ୍ସ 1.5': ହିମତ୍ ଷ୍ଟୋରୀ । ଏଥିରେ କେ କେ ମେନନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କୁ ଏହି ସିଜନରେ ହିମତ୍ ସିଂ ଭୂମିକାରେ ଦେଖିବାକୁ ମିଳିବ। ଏହାର ପୂର୍ବ ସିଜିନ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଜର ଟ୍ରେଲର ଲିକ୍ ହେବା ପରେ ନିର୍ମାତା ଏହାକୁ ରିଲିଜ କରିଛନ୍ତି।

{"id":529766,"sizeSlug":"full","linkDestination":"none"}

କେ କେ ମେନନ୍ ମଧ୍ୟ ନିଜର ଇନଷ୍ଟା ଆକାଉଣ୍ଟରେ ଏହାର ଟ୍ରେଲର ସେୟାର କରିଛନ୍ତି। ଏହି ୱେବ୍ ସିରିଜର ଟ୍ରେଲର ଦର୍ଶକଙ୍କ ମନରେ କୌତୁହଳ ସୃଷ୍ଟି କରିଛି। ଟ୍ରେଲରଟି ଅଢେଇ ମିନିଟର। ଟ୍ରେଲରର ଆରମ୍ଭରେ ଫିଲ୍ମର କିଛି ଚରିତ୍ର ହିମତ୍ ସିଂଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ସିରିଜ୍ ମାଧ୍ୟମରେ ହିମତ୍ ସିଂଙ୍କ ଜୀବନର କିଛି ଅଂଶ କୁହାଯାଇଛି। ଏହି ୱେବ୍ ସିରିଜ୍ OTT ରେ ନଭେମ୍ବର ୧୨ ରେ ମୁକ୍ତିଲାଭ କରିବ।

wp:html
/wp:html

ଟ୍ରେଲରରେ ୨୦୦୧ରେ ହିମତ୍ ସିଂଙ୍କ ଦୁଃସାହସିକ କାର୍ଯ୍ୟର ଝଲକ ଦେଖିବାକୁ ମିଳିଛି। ସେ ଜଣେ ଅଧିକାରୀ ଭାବେ ନଜର ଆସିଛନ୍ତି ଯିଏ ସିଷ୍ଟମର ଦୁର୍ବଳତା ବିରୋଧରେ ଲଢେଇ କରିଛନ୍ତି। ଏହି ସବୁ ଅସୁବିଧା ସତ୍ତ୍ୱେ ସେ କିପରି ବଡ ଅପରେସନ୍ କରିଛନ୍ତି ତାହା ଟ୍ରେଲରରେ ଦେଖିବାକୁ ମିଳିଛି। ସିରିଜରେ ଭରପୁର ଆକ୍ସନ ଓ ରୋମାନ୍ସ ଦେଖିବାକୁ ମିଳିବ। ସିରିଜରେ ଅଫଟାଵ ଶିବଦାସାନି, ବିନୟ ପାଠକ, ଆଦିଲ ଖାନ, ଐଶ୍ୱର୍ଯ୍ୟା ସୁସ୍ମିତା, ପରମିତ ସେଠୀ, କେ.ପି ମୁଖାର୍ଜୀଙ୍କ ଭଳି କଳାକାର ଅଛନ୍ତି।

{"id":529767,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.