କରୋନା ପାଇଁ ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର ଜାରି କଲା ସିଏମସି, ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ ଜଣାଇବାକୁ ଅନୁରୋଧ

Published By : Prameya-News7 Bureau | April 20, 2021 IST

କଟକ ୨୦।୪: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ସିଏମସି । କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ ସିଏମସିକୁ ଜଣାଇବାକୁ ଅନୁରୋଧ କରିଛନ୍ତି କମିଶନର ଅନନ୍ୟା ଦାସ । ଏଥିନିମନ୍ତେ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ସିଏମସି । ନମ୍ବରଟି ହେଲା ୭୦୭୭୭୭୫୫୫୫ ।

ସେହିପରି କୌଣସି ପ୍ରକାର ଜରୁରୀ ସେବା ପାଇଁ ୧୮୦୦୩୪୫୮୨୮୯ ନମ୍ବର ଜାରି କରାଯାଇଛି । ଏହି ନମ୍ବର କେବଳ ଜରୁରୀ ସେବା ପାଇଁ ବ୍ୟବହାର କରିବାକୁ ସିଏମସି ତରଫରୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.