Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଆର୍ଯ୍ୟନଙ୍କୁ ସମନ ଜାରି କରିଥିଲା ଏନସିବି, ଅସୁସ୍ଥତା ଦର୍ଶାଇ ହେଲେନି ହାଜର…

8/11/2021 at 8:15 AM

ମୁମ୍ବାଇ ୦୮।୧୧ : ମୁମ୍ବାଇ ଡ୍ରଗ୍ସ କ୍ରୁଜ୍ ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ତଥା ଅଭିଯୁକ୍ତ ଆର୍ଯ୍ୟନଙ୍କୁ ରବିବାର ଏନସିବି ପକ୍ଷରୁ ହାଜର ପାଇଁ ନୋଟିସ ହୋଇଥିଲା। ହେଲେ ଆର୍ଯ୍ୟନ୍‌ କୋଭିଡ୍‌-୧୯ ଲକ୍ଷଣ ଭଳି ସମାନ ପ୍ରକାର ଅସୁସ୍ଥତା ଅନୁଭବ କାରଣ ଦର୍ଶାଇ ହାଜର ପାଇଁ ମନା କରିଦେଇଛନ୍ତି  । ଏଥିପାଇଁ ସେ ଆଉ ଏକ ତାରିଖ ମାଗିଛନ୍ତି । ତେବେ ମେଡିକାଲ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି।

ଗତ ଅକ୍ଟୋବର ୩ରେ ମୁମ୍ବାଇ ଉପକୂଳରେ ବେଆଇନ ଡ୍ରଗ୍ସ କାରବାର ହେଉଥିବା ଖବର ପାଇ ଏକ କ୍ରୁଜ୍ ଉପରେ ଚଢ଼ାଉ  କରିଥିଲା ଏନସିବି। ଯେଉଁ ଘଟଣାରେ ଆର୍ଯ୍ୟନ୍ ଗିରଫ ହୋଇଥିଲେ। ନିକଟରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଲାଞ୍ଚ ଏବଂ ଦାଦାବଟି ଆଦାୟ ସମେତ ଅନେକ ଅଭିଯୋଗର ସମ୍ମୁଖୀନ ହେଉଥିବା ସମୀରଙ୍କୁ ଶୁକ୍ରବାର କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ମୁଖ୍ୟ ଅନୁସନ୍ଧାନକାରୀ ଅଧିକାରୀ ପଦରୁ ହଟାଇ ଦିଆଯାଇଛି। ସେ ନିଶା ନିବାରଣ ଏଜେନ୍‌ସିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।

ଏହି ମାମଲାର ତଦନ୍ତ ଏନସିବିର ମୁମ୍ବାଇ ୟୁନିଟରୁ ଦିଲ୍ଲୀ ଶାଖାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ସମୀର ୱାଙ୍ଖଡେଙ୍କ ବାପା ଧ୍ୟାନନ୍ଦେଭ କାଚରୁଜୀ ୱାଙ୍ଖଡ଼େ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ୧.୨୫କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଏନସିବି ଅଧିକାରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖେଡେଙ୍କ ବିରୋଧରେ ମଲ୍ଲିକଙ୍କ ବ୍ୟକ୍ତିଗତ ମନ୍ତବ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଚରିତ୍ର, ପ୍ରତିଷ୍ଠା ଏବଂ ସାମାଜିକ ଭାବମୂର୍ତ୍ତିକୁ ନଷ୍ଠ କରିଛି।

   Related Posts