Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୈଜ୍ଞାନିକ କଲେ ଚମତ୍କାର : ଏସି ଏବଂ କୁଲର ଆବଶ୍ୟକ ନାହଁ, ଅସହ୍ୟ ଗରମକୁ ଦୂର କରିବ କେବଳଏହି କାଗଜ ଖଣ୍ଡକ

30/04/2019 at 4:37 PM

ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ଗରମ ଅନୁଭୂତ ହେଉଛି।  ଗ୍ରୀଷ୍ମ ପ୍ରଭାବ ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରଚଣ୍ଡ ଗରମରେ ଲୋକ ହନ୍ତସନ୍ତ ହେଉଛନ୍ତି। ଭୁବନେଶ୍ବରର ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି।  ଆଜି ଆମେ ଆପଣଙ୍କୁଏମିତି ଏକ ନିଆରା ଜିନିଷ ବିଷୟରେ କହିବୁ ଯାହା ଆପଣଙ୍କୁ ଗରମରୁ ଲୋକଙ୍କୁ ରକ୍ଷା କରିବ।

କୋଲୋରାଡୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ  ରୋଗୁଇ ୟେଗଂ ଓ ଜିଆବୋ ଇନ୍‌ ଗରମ  ସମସ୍ୟାର ସମାଧାନ କରିଛନ୍ତି। ଉଭୟ ଏକ ପେପର ରାପ ତିଆରି କରିଛନ୍ତି। ଏହା ସାମ୍ନାରେ ଏସି ଓ କୁଲର ମଧ୍ୟ ଫେଲ୍‌ ମାରିଯିବେ। ବୈଜ୍ଞାନିକଙ୍କ ଅନୁସାରେ ଏହି ପେପରର ବଡ ଫାଇଦା ହେଲା ଏଥିରେ ବିଦ୍ବୁତ ଖର୍ଚ୍ଚ ହୋଇନଥାଏ। ରେଡିଏଟିଭ କୁଲିଂ ପ୍ରକ୍ରିୟା ଦ୍ବାରା ଏହା କାମ କରେ। ଏହି ପେପରକୁ ନିଜ ଘରେ ଓ ଅଫିସ୍‌ରେ ମଧ୍ୟ ବ୍ୟବହାର କରିହେବ। ବୈଜ୍ଞାନିକଙ୍କ ଦାବି ଯେ, ଏହା ବ୍ୟବହାର କରିଲେ ଘରର ତାପମାତ୍ରା କମ୍‌ ହେବ।  ।   

ବୈଜ୍ଞାନିକଙ୍କ ଅନୁସାରେ ଏହି ପେପର ପଲିମିଥାଇଲ୍‌ପେଣ୍ଟେନି ନାମକ ପଦାର୍ଥରେ ପ୍ରସ୍ତୁତ କରାଯାଇଛି। ଏହି ପେପରରେ ଗ୍ଲାସର ଛୋଟ ଛୋଟ ଟୁକୁରା ସାମିଲ କରାଯାଇଛି। ଗୋଟିଏ ପାର୍ଶ୍ବରେ ସିଲଭର କୋଟିଂ ଅଛି ତ ଆଉ ଏକ ପାର୍ଶ୍ୱରେ ସୂର୍ଯ୍ୟ କିରଣ ରିଫ୍ଲେକ୍ଟ କରିବାଭଳି ବ୍ୟବସ୍ଥା ରହିଛି। ବାହାର ତାପମାତ୍ରା ୪୦ଡିଗ୍ରୀ ଥିଲେ ମଧ୍ୟ ଏହି ପେପର ୨୦ ସ୍କେୱାର ମିଟର ଘରକୁ ୨୦ ଡିଗ୍ରୀ ସେଲସିଅସ କମାଇଦେଇପାରିବ । ଏହି  ପେପର ଗ୍ଲୋବାଲ ୱାର୍ମିଂକୁ ହ୍ରାସ କରିବା କ୍ଷେତ୍ରରେ ବେଶ ଫଳପ୍ରଦ ହେବ । ଏଥିରୁ ଏସି ବା  କୁଲରରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ମଧ୍ୟ ସଞ୍ଚୟ କରାଯାଇପାରିବ । ସବୁଠୁ ବଡକଥା ହେଲା ଏସିରୁ ନିର୍ଗତ ହେଉଥିବା ସିଏଫସି ସମସ୍ୟା ମଧ୍ୟ ରହିବ ନାହିଁ ।

   Related Posts