Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଙ୍ଗଳବାର ଦିନ କରନ୍ତୁ ହନୁମାନଙ୍କ ଏହି ବିଶେଷ ମନ୍ତ୍ର ଜପ : ମିଳିବ ସୁଫଳ

ଭୁବନେଶ୍ୱର ୧୨/୨ : ହିନ୍ଦୁ ଧର୍ମରେ ହନୁମାନଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ | ହନୁମାନଙ୍କ ନାଁର ମଧ୍ୟ ବିଶେଷତ୍ୱ ରହିଛି | ହନୁମାନଙ୍କ ନାଁର ହ ବ୍ରହ୍ମାଙ୍କ, ନୁ ଅର୍ଚ୍ଚନାଙ୍କର, ମା ଲକ୍ଷ୍ମୀଙ୍କର ଏବଂ ନ ପରାକ୍ରମର ପ୍ରତୀକ | ଏହାର ଅର୍ଥ ହନୁମାନଙ୍କ ପ୍ରତ୍ୟେକ ଅକ୍ଷରର ବିଶେଷତ୍ୱ ରହିଛି | ସପ୍ତାହର ମଙ୍ଗଳବାର ଦିନ ହନୁମାନଙ୍କ ପୂଜାର୍ଚ୍ଚନା ପାଇଁ ବିଶେଷ ଦିନ ବୋଲି ବିଶ୍ୱାସ ରହିଛି | ହନୁମାନଙ୍କ ପୂଜା ଦ୍ୱାରା ମନୁଷ୍ୟକୁ ଶକ୍ତି ଏବଂ ସମ୍ପନ୍ନତା ପ୍ରାପ୍ତ ହୋଇଥାଏ | ହନୁମାନଙ୍କ ଭକ୍ତିରେ ଭଲ ଭାଗ୍ୟ ଏବଂ ବିଦ୍ୟା ପ୍ରାପ୍ତି ହୋଇଥାଏ | ଶାସ୍ତ୍ର ଅନୁସାରେ ହନୁମାନଙ୍କୁ ମହାଦେବ ଶିବଙ୍କ ଏଗାରତମ ଅବତାର ବା ତାଙ୍କୁ ଏକାଦଶ ରୁଦ୍ର ବୋଲି ବିଶ୍ୱାସ କରାଯାଏ |


ହନୁମାନଙ୍କ ଆରାଧନାରେ ସବୁ ପାପ ଏବଂ କଷ୍ଟରୁ ମୁକ୍ତି ମିଳିଥାଏ | ହନୁମାନ ନିଜ ଭକ୍ତଙ୍କୁ ଭୁତ ପ୍ରେତ ଭୟରୁ ମଧ୍ୟ ରକ୍ଷା କରିଥାନ୍ତି | ଯେଉଁ ଘରେ ହନୁମାନଙ୍କ କୃପାଦୃଷ୍ଟି ରହିଥାଏ ସେଠାରେ କୌଣସି ଦୁଃଖ କଷ୍ଟ ଦେଖା ଦେଇନଥାଏ | ହନୁମାନ ସପ୍ତ ଚିରଞ୍ଜିବୀଙ୍କ ମଧ୍ୟରୁ ଜଣେ | ହନୁମାନ ସମସ୍ତ କଳାରେ ସିଦ୍ଧହସ୍ତ ଏବଂ ନିପୁଣ |


ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ, ବଳ, ବୁଦ୍ଧି, ବିଦ୍ୟାର ଦାତା ହେବା ସହ ଅଷ୍ଟ ସିଦ୍ଧି ଏବଂ ନବନିଧିର ଦାତା ବୋଲି ମଧ୍ୟ ବିଶ୍ୱାସ କରାଯାଏ | ଋକବେଦରେ ତାଙ୍କ ପାଇଁ ‘ବିଶ୍ୱ ବେଦସ୍ୟାମ’ ଶବ୍ଦର ପ୍ରୟୋଗ କରାଯାଇଛି | ଯାହାର ଅର୍ଥ ହେଲା ବିଦ୍ୱାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ | ସେଥିପାଇଁ ହନୁମାନ ଚାଳିଶାରେ କୁହାଯାଇଛି ଜ୍ଞାନୀନାମଅଗ୍ରଗଣ୍ୟମ୍‌ ହନୁମାନଙ୍କ ପୂଜା ପାଇଁ କିଛି ବିଶେଷ ମନ୍ତ୍ର ରହିଛି | ବିଶେଷ ମନ୍ତ୍ରରେ ହନୁମାନଙ୍କୁ ଆରାଧନା କଲେ ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି |


ଆସନ୍ତୁ ଜାଣିବା ହନୁମାନଙ୍କ ପୂଜା ବିଧି :
ହନୁମାନଙ୍କୁ ପୂଜା କଲାବେଳେ ପାନ ବିଡା ନିଶ୍ଚୟ ଦେବା ଉଚିତ | ମନସ୍କାମନା ପୂରଣ ପାଇଁ ଝିଲାପି ଭୋଗ ଲଗାଇବା ବହୁତ ଶୁଭ ବୋଲି ବିଶ୍ୱାସ ରହିଛି |


୧. ଶ୍ରୀ ହନୁମାନ ମୂଳମନ୍ତ୍ର -( ॐ ह्रां ह्रीं ह्रं ह्रैं ह्रौं ह्रः॥ हं हनुमते रुद्रात्मकाय हुं फट्) ଓଁ ହ୍ରାଂ ହ୍ରିଂ ହ୍ରଂ ହ୍ରୈଂ ହ୍ରୌଂ ହୁଃ – ହଂ ହନୁମତେ ରୁଦ୍ରତ୍ମକାୟ ହୁଂ ଫଟ୍‌


୨. ହନୁମନ୍ନଜନି ସୁନୋ ବାୟୁପୁତ୍ର ମହାବଳଃ- ଅକସ୍ମାଦାଗତୋତ୍ପାନ୍ତ ନାସାୟାସୁ ନମସ୍ତୁତେ


୩. ଓଁ ହଂ ହନୁମନ୍ତାୟ ନମଃ, ଓଁ ନମୋ ହନୁମତେ ରୁଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ସର୍ବରୋଗ ହରାୟ ସର୍ବବଶୀକରଣାୟ ରାମ ଦୂତାୟ ସ୍ବାହା

475 Views

   ସମ୍ବନ୍ଧିତ ଖବର