'PLA' ଛାନିଆ : ସାମ୍ନାରେ ଛିଡାହେଲା ଦୁର୍ଦ୍ଧଷ 'ପାହାଡି ସେନା', ଏବେ ପଛକୁ ହଟିବ ଚୀନ୍

Published By : Prameya-News7 Bureau | June 25, 2020 IST

ନୂଆଦିଲ୍ଲୀ ୨୫।୦୬: ଲଦାଖରେ ୧୫ଜୁନ୍‌ରେ ଭାରତ-ଚୀନ୍‌ ସେନା ମଧ୍ୟରେ ହିଂସାତ୍ମକ ଘଟଣା ଘଟିଥିଲା। ଯେଉଁଥିରେ ଭାରତର ୨୦ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ ୪୦ରୁ ଅଧିକ ସୈନ୍ୟ ମୃତାହତ ହୋଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଚୀନ୍‌ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଲଦାଖର ଗଲଓ୍ୱାନ୍‌ରେ ଘଟିଥିବା ହିଂସା ଘଟଣକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଏପରିକି ସୀମାରେ ମଧ୍ୟ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ଉଭୟ ପଟରୁ ବିପୁଳ ପରିମାଣର ସେନା ମୁତୟନ କରାଯାଇଛି । ପ୍ରତି ଦେଶର ସୈନ୍ୟମାନଙ୍କୁ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଭଣ୍ଡାର ସୀମାରେ ଗଚ୍ଛିତ ରଖିଛନ୍ତି । ତେବେ ଚୀନ୍‌ର କୌଣସି ବି ଧୋକ୍କାକୁ ପ୍ରତିହତ କରିବା ପାଇଁ ଭାରତ ଏକ ନୂତନ ରଣକୌଣଳ ଆପଣାଇଛି । ଚୀନ୍‌ ସୀମରେ ଭାରତ ପକ୍ଷରୁ ଏକ  ସ୍ୱତନ୍ତ୍ର ‘ପାହାଡି ସେନା’ ମୁତୟନ କରାଯାଇଛି । ଯେଉଁମାନଙ୍କୁ ସ୍ୱତନ୍ତ୍ର ଭାବେ ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବାରେ ପାରଙ୍ଗମ ରହିଛି ।

ମିଳିଥିବା ସୂଚନାନୁସାରେ ଭାରତର ଚୀନ୍‌ ସାମାକୁ ଲାଗି ପ୍ରାୟ  ୩୪୮୮ସୀମରେ ଏବେ ଭାରତ ଏକ ସ୍ୱତନ୍ତ୍ର ପାହାଡି ସେନାଙ୍କୁ ମୁତୟନ କରିଛି । ସୀମାରେ ଚୀନ୍‌ ଯେପରି କିଛି ଚାଲ୍‌ ଖେଳିପାରିବ ନାହିଁ, କାହିଁକି ନା ଇତିହାସ କହୁଛି ଚୀନ୍‌ ସବୁବେଳେ ପଛପଟୁ ଧୋକ୍କାଦେବାର ମାହିର । ପୂର୍ବ ଥର ଭଳି ଭୁଲ୍‌ କରବନାହିଁ ଭାରତ । ସେଥିପାଇଁ ଏହି ସ୍ୱତନ୍ତ୍ର ସେନାଙ୍କୁ ସୀମାନ୍ତରେ ମୁତୟନ କରାଯାଇଛି । ଯାହାକି ଚୀନ୍‌ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାହିଁକି ନା ଚୀନ୍‌ ସଦାସର୍ବଦା ଅନେକ ସୈନ୍ୟ ଧରି ଯୁଦ୍ଧ କରିଥାଏ, କିନ୍ତୁ ରଣକୌଶଳରେ ଲଢେଇ କରିବାରେ ଭାରତର ଏହି ପାହାଡି ସେନା ଅତ୍ୟନ୍ତ ପାରଙ୍ଗମ ।

ଜୁନ୍‌ ୧୫ରେ ହୋଇଥିବା ଘଟଣାସସମ୍ପର୍କରେ ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଗଲଓ୍ୱାନ୍‌ ଉପତ୍ୟକାରେ ଭାରତୀୟ ଯବାନଙ୍କ ଠାରୁ ଚୀନ୍‌ ଢେର୍‌ ଅଧିକ ସୈନ୍ୟ ନେଇ ଅତର୍କିତ ଭାବେ ଆକ୍ରମଣ କରିଥିଲା । କିନ୍ତୁ ଭାରତ ସୈନ୍ୟ ଏହାର ଦୃଢ ଜବାବ ଦେଇଥିଲା । ଯଦି ଅଳ୍ପ ସଂଖ୍ୟକ ସୈନ୍ୟରେ ଭାରତ ସେନା ଏହାର ଦୃଢ ଜବାବ ଦେଇପାରୁଛି । ତେବେ ଯଦି ସେହିଭଳି ରଣକ୍ଷେତ୍ରରେ ପାହାଡି ସେନାଙ୍କୁ ଓହ୍ଲାଇଯାଏ, ତେବେ ପରିସ୍ଥିତି କିଛି ଅଲଗା ହେବ । ଏହି ପାହାଡି ସେନାଙ୍କୁ ପାହାଡିଆ ଓ ଦୁର୍ଗମ ଅଞ୍ଚଳରେ ଲଢେଇ କରିବା ପାଇଁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯାଇଛି । ବିଶ୍ୱରେ ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବାରେ ଏହି ସେନା ଅତ୍ୟନ୍ତ ଦକ୍ଷ ବାହିନୀ ବୋଲି ମନେ କରାଯାଏ । ଯେଉଁଥିପାଇଁ ଡ୍ରାଗନ ଏବେ ଚିନ୍ତାରେ ପଡିଯାଇଛି । ଚୀନ୍‌ ସୀମାକୁ ଲାଗିଥିବା ଅଞ୍ଚଳରେ ଏବେ ଏହି ପାହାଡିି ସେନା ମୁତୟନ କରାଯାଇଛି । ଯେଉଁମାନେ କି ଚୀନ୍‌ ସେନା ସମସ୍ତ ଯୋଜନାକୁ ପଣ୍ଡ କରିବେ । ତେବେ ସୀମାରେ ପାହାଡି ସେନାର ମୁତୟନ କରାଯିବାରୁ ଚୀନ୍‌କୁ ଏବେ ଚିନ୍ତା ଘାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.