ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ସ୍ଵତନ୍ତ୍ର ଗାଡି, ଆଉ ପୁରୁଷ ସହକର୍ମୀ କିମ୍ଵା ଅଫିସ୍‌ ଗାଡ଼ି ଉପରେ କରିବେନି ନିର୍ଭର

Published By : Prameya-News7 Bureau | June 30, 2020 IST

କଟକ୩୦/୬: କମିଶନରେଟ୍ ପୋଲିସରେ କାମ କରୁଥିବା ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ସ୍ଵତନ୍ତ୍ର  ଗାଡି। ପାଟ୍ରୋଲିଂ ସହ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚିବା ଓ ଡ୍ୟୁଟି ସମୟରେ କୌଣସି ଜାଗାକୁ ଯିବା ଲାଗି ମହିଳା ପୋଲିସ କର୍ମଚାରୀଙ୍କୁ  ଆଉ ପୁରୁଷ ସହକର୍ମୀ କିମ୍ଵା ଅଫିସ ଗାଡ଼ି ଉପରେ ନିର୍ଭର କରିବାକୁ ପଡିବନି।

କମିଶନରେଟ୍ ପୋଲିସରେ କାମ କରୁଥିବା ମହିଳା ପୋଲିସ କର୍ମଚାରୀଙ୍କୁ ମିଳିଲା ସ୍ଵତନ୍ତ୍ର ସୁବିଧା।କୌଣସି ଘଟଣାସ୍ଥଳରେ ପହଞ୍ଚିବା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ଅଫିସ ପିସିଆର କିମ୍ବା ପୁରୁଷ ସହକର୍ମୀଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ମହିଳା କର୍ମଚାରୀଙ୍କୁ ସ୍ବତନ୍ତ୍ର ହୋଇ କାମ କରିବା ପାଇଁ ମିଳିଛି ସ୍କୁଟି।

ପ୍ରତି ଥାନାକୁ ଏହି ଭଳି ଗୋଟିଏ ଲେଖାଏଁ ମାଏଷ୍ଟ୍ରୋ ଗାଡି ମିଳିଛି। କଟକ ଭଳି ଗଳି କନ୍ଦିର ସହରରେ ଏପରି  ବ୍ୟବସ୍ଥା ବେଶ୍ ହେବ ବୋଲି କହିଛନ୍ତି ମହିଳା ପୋଲିସ କର୍ମଚାରୀ ମାନେ। ପୂର୍ବରୁ କଟକ ଭଳି ସହରରେ ପୋଲିସ ପାଟ୍ରୋଲିଂ କୁ ପ୍ରଭାବ କରିବା ପାଇଁ ଆପାଚି ବାଇକ୍ ବ୍ୟବସ୍ଥା କରାଯାଇଥିଲା, ଯାହା ପୋଲିସ ପାଇଁ ବେଶ ସହାୟକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.