ଯୋଡା ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ଗଠନ ହେଲା ସ୍ବତନ୍ତ୍ର ଡାକ୍ତରୀ ଟିମ : ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

Published By : Prameya-News7 Bureau | July 02, 2019 IST

କଟକ ୨/୭: କଟକ ଶିଶୁଭବନରେ ଭର୍ତ୍ତି ହୋଇଥିବା ଯୋଡା ଶିଶୁ କନ୍ୟାଙ୍କ ଚିକିତ୍ସା ପାଇଁ ଗଠନ ହେଲା ସ୍ବତନ୍ତ୍ର ଡାକ୍ତରୀ ଟିମ । ଦୁଇ ଶିଶୁଙ୍କୁ ପ୍ରଥମେ ଅବଜରବେସନରେ ରଖାଯାଇଛି । ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ ପରେ ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବ । ଆବଶ୍ୟକ ପଡିଲେ ଏସ.ସି.ବି ମେଡିକାଲକୁ ପଠାଯିବ ବୋଲି ଶିଶୁ ଭବନ ଅଧୀକ୍ଷକ ସୂଚନା ଦେଇଛନ୍ତି । …

{"id":129829}

କଟକ ଶିଶୁଭବନରେ ଚାଲିଛି ଯୋଡା ଶିଶୁ ଗଙ୍ଗା ଯମୁନାଙ୍କ ଚିକିତ୍ସା । ଏଥିପାଇଁ ୭ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି । ଏହି ଟିମ ଅଧିନରେ ଚିକିତ୍ସିତ ହେବେ ଯୋଡା ଶିଶୁ କନ୍ୟା ଗଙ୍ଗା ଯମୁନା । ପେଡିଆଟ୍ରିକ ମେଡିସିନ, ପେଡିଆଟିକ ସର୍ଜନ, ଆଇସିୟୁ ଟିମ, ନିୟୁ ବର୍ଣ୍ଣ ୟୁନିଟ, କାର୍ଡିଓ ଥେରାସିସ ସର୍ଜନଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇ ଶିଶୁଙ୍କୁ ଅବଜରଭେସନରେ ରଖାଯାଇଛି । ପରେ ସେମାନଙ୍କର ପରୀକ୍ଷା ନିରୀକ୍ଷା କରାଯିବ । ତେବେ ଶିଶୁ ଭବନରେ ହୋଇ ପାରୁ ନଥିବା ଚିକିତ୍ସା ପାଇଁ ଆବଶ୍ୟକ ପଡିଲେ ସେମାନଙ୍କୁ ଏସ.ସି.ବି ମେଡିକାଲ ନିଆଯିବ ବୋଲି କହିଛନ୍ତି ଶିଶୁ ଭବନ ଅଧିକ୍ଷକ ସରୋଜ ଶତପଥୀ ।

{"id":129830}

ବର୍ତ୍ତମାନ ଯୋଡା ଶିଶୁ କନ୍ୟାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସୋମବାର ଢେଙ୍କାନାଳ ଡାକ୍ତରଖାନାରେ ଜନ୍ମ ହୋଇଥିଲେ ଯୋଡା ଶିଶୁ କନ୍ୟା ଗଙ୍ଗା ଯମୁନା । ଦୁଇ ଜଣଙ୍କର ପେଟ ଓ ଛାତି ଯୋଡି ହୋଇ ରହିଛି । ତେବେ ଉଭୟଙ୍କର ଗୋଟିଏ ହୃତପିଣ୍ଡ ଥିବା ଅନୁମାନ କରାଯାଉଛି । ଜନ୍ମ ବେଳେ ଉଭୟଙ୍କର ଓଜନ ୪.୩ କେଜି ଥିଲା । ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସୋମବାର ଦୁଇ ଶିଶୁଙ୍କୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ତେବେ ଶିଶୁ ଭବନରେ ଡାକ୍ତରଙ୍କ ଚିକିତ୍ସାରେ ସନ୍ତୋଷ ପ୍ରକାଶ କରିଛନ୍ତି ଗଙ୍ଗା ଯମୁନାଙ୍କ ବାପା ।

{"id":129831}

ଉଭୟ ଗଙ୍ଗା ଯମୁନାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିବା ପରେ ଶିଶୁ ଭବନ ଡାକ୍ତରୀ ଟିମ ପକ୍ଷରୁ ଚିକିତ୍ସା କୁ ଅଧିକ ତ୍ବରାନିତ କରାଯାଇଛି ।

{"id":129832}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.