ଆଜିଠୁ ୧୦ ଦିନିଆ ସ୍ପେସାଲ ଡ୍ରାଇଭ: କଡାକଡି ହେବ କୋଭିଡ ଗାଇଡଲାଇନ, ପଶ୍ଚିମ ଓଡ଼ିଶା ଯିବେ ଟପ୍ ବ୍ୟୁରୋକ୍ରାଟ୍

Published By : Prameya-News7 Bureau | April 07, 2021 IST

ଭୁବନେଶ୍ୱର,୭|୪: ଆଜିଠୁ ରାଜ୍ୟରେ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ।  ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଆକ୍ସନକୁ ଆସିଛନ୍ତି ସରକାର । ୧୦ଦିନିଆ ସ୍ପେଶାଲ ଡ୍ରାଇଭ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସଂକ୍ରମଣ ହ୍ରାସ କରିବାକୁ ଏଣିକି କଡ଼ାକଡ଼ି ହେବ କୋଭିଡ୍ ନିୟମ । ସାରା ରାଜ୍ୟରେ ପୋଲିସ ମୁତୟନ କରି ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ବାରମ୍ବାର ହାତଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ଲୋକଙ୍କୁ ସଚେତନ କରିବ ସୂଚନା ଓ ପ୍ରସାରଣ ବିଭାଗ । ସେହିଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଏହା ଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ୍ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ୍ ଯୋଗାଇଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସ ନଆସିବା କିମ୍ବା ହସ୍ପିଟାଲରେ ବେଡ୍ ନଥିବା ଭଳି ସମସ୍ୟାକୁ ଆଦୌ ଗ୍ରହଣ କରାଯିବନି । ଏନେଇ ଯେମିତି କୌଣସି ଅଭିଯୋଗ ସେନେଇ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.