କରୋନା ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ, କଟକରେ ପହଞ୍ଚିଲା ସ୍ୱତନ୍ତ୍ର କୋଭିଡ-୧୯ ଟ୍ରେନ୍‌

Published By : Prameya-News7 Bureau | April 18, 2020 IST

କଟକ ୧୮।୦୪: ଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନାରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବିଭିନ୍ନ ପଦେକ୍ଷେପ ନିଆଯାଉଛି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପଦକ୍ଷେପମାନ ନିଆଯାଉଛି । ବର୍ତ୍ତମାନ ସୁଦ୍ଧାରେ ସାରାଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୪୫୦ ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର ହୋଇସାରିଛି ।  ସେହିପରି ଓଡିଶାରେ କରୋନା ସ୍ଥିତିକୁ ଦେଖି ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । କରୋନା ମୁକାବିଲାରେ ପୂର୍ବତଟ ରେଳବାଇ ମଧ୍ୟ ଅନେକ ସହଯୋଗ କରିଆସୁଛି । ରାଜ୍ୟରେ  କରୋନା ମୁକାବିଲା ପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର କୋଭିଡ ୧୯ ଟ୍ରେନ ।

{"id":255952,"sizeSlug":"large"}

ପୂର୍ବତଟ ରେଳବାଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର କୋଭିଡ-୧୯ ଟ୍ରେନ୍‌ଟି ଆସି କଟକ ରେଳ ଷ୍ଟେସନରେ ପହଞ୍ଚିଛି । ଟ୍ରେନ୍‌ରେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ରହିଛି । ଆବଶ୍ୟକ ପଡିଲେ ଟ୍ରେନ୍‌ ମଧ୍ୟରେ କରୋନା ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯିବ । ଟ୍ରେନ୍‌ରେ ଆଇସୋଲେସନ୍‌ କୋଠରୀର ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର କୋଭିଡ-୧୯ ଟ୍ରେନ୍‌ରେ ଅନେକ ଡାକ୍ତରୀ ସୁବିଧା ମାନ ରଖାଯିବ ବୋଲି ସୂଚନା ରହିଛି । ଗୋଟିଏ ବଗିରେ ଆଠ ଜଣ ରହିବାର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.