କେରଳ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍

Published By : Prameya-News7 Bureau | August 20, 2018 IST

ଭୁବନେଶ୍ୱର ୨୦/୮ : କେରଳ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ବନ୍ୟା ସ୍ଥିତି ନେଇ କଣ୍ଟ୍ରୋଲ ରୁମ୍ କୁ ଯେଉଁ ସୂଚନା ଆସୁଛି ସେ ସମ୍ବନ୍ଧରେ କେରଳ ଏସଆରସିଙ୍କୁ ଜଣାଇ ଦିଆଯାଉଛି । ବନ୍ୟାରେ ଫସିରହିଥିବା ଓଡିଆ ଲୋକଙ୍କୁ ଉଦ୍ଧାର କରାଯାଉଛି । ସେମାନଙ୍କୁ ସେଠାରୁ ଏକ ସ୍ବତନ୍ତ୍ର ଟ୍ରେନରେ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି । କେରଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କ ସାହାଯ୍ୟ ପାଇଁ ନ୍ୟୁଜ୍ 7ର ପଦକ୍ଷେପକୁ ପ୍ରଶଂସା କଲେ ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର । ନ୍ୟୁଜ୍ 7ରୁ ବନ୍ୟାରେ ଫସିଥିବା ଓଡିଆଙ୍କ ସମ୍ବନ୍ଧରେ ଯେଉଁ ଲିଷ୍ଟ ଓ ସୂଚନା ମିଳୁଛି ତାହା ଆମକୁ ସୁବିଧା ହେଉଛି । ସେହି ଲିଷ୍ଟ ଅନୁସାରେ ଆମେ କେରଳ ସରକାରଙ୍କୁ ଜଣାଉଛୁ । ଏଭଳି ବିପର୍ଯ୍ୟୟ ବେଳେ ନ୍ୟୁଜ୍ 7ର ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.