ବସନ୍ତ ପଞ୍ଚମୀ ଦିନ ହେବ ୩ଟି ଗ୍ରହର ବିଶେଷ ସଂଯୋଗ....

Published By : Prameya-News7 Bureau | January 28, 2020 IST

ବସନ୍ତ ପଞ୍ଚମୀ-  ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମ ଦିନ ଅର୍ଥାତ ପଞ୍ଚମ ତିଥିରେ ବସନ୍ତ ପଞ୍ଚମୀ ପାଳନ କରିଥାଆନ୍ତି। ଏହି ଦିନରେ ବିଦ୍ୟାଦାତ୍ରୀ ମାଆ ସରସ୍ବତୀଙ୍କୁ ପୂଜା କରିଥାଆନ୍ତି। ଭାରତ ବ୍ୟତୀତ ବାଂଲାଦେଶ ଓ ନେପାଳରେ ମଧ୍ୟ ଧୂମଦାମରେ ସରସ୍ବତୀ ପୂଜା ପାଳନ କରିଥାଆନ୍ତି। ଏହା ବ୍ୟତୀତ ବସନ୍ତ ଋତୁକୁ ସ୍ବାଗତ ନିମନ୍ତେ ମାଘ ମାସ ପଞ୍ଚମ ଦିନରେ ଭଗବାନ ଶ୍ରୀକୃଷ୍ଣ  ଓ କାମଦେବଙ୍କ ପୂଜା ମଧ୍ୟ କରାଯାଇଥାଏ। ତେଣୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ବସନ୍ତ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ସରସ୍ବତୀ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ। ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ବସନ୍ତ ପଞ୍ଚମୀ ପାଳନ ହେବ।

ବସନ୍ତ ପଞ୍ଚମୀରେ ହେବ ବିଶେଷ ସଂଯୋଗ। ବସନ୍ତ ପଞ୍ଚମୀ ଦିନ ସିଦ୍ଧି ଓ ସର୍ଭାର୍ଥ  ସଯୋଗ ଭଳି ଦୁଇଟି ଶୁଭ ମୂହୁର୍ତ୍ତ ରହିଛି।ବିବାହ ପାଇଁ ଏହା ଶୁଭ ବେଳା ରହିଛି। ବିଦ୍ୟାର୍ଥୀଙ୍କୁ ମଧ୍ୟ ଶୁଭଫଳ ମିଳିବ। ଚଳିତ ବର୍ଷର ବସନ୍ତ ପଞ୍ଚମୀ ସବୁଠାରୁ ଖାସ୍‌ ରହିଛି। କାହିଁକି ନା ଗ୍ରହ ଓ ନକ୍ଷେତ୍ରଙ୍କ ସ୍ଥିତି ଏହି ଦିନରେ ଖାସ୍ ରହିବ।  ଏହି ଦିନରେ ୩ଟି ଗ୍ରହ ନିଜ ରାଶିରେ ରହିବେ। ବିଛାରେ ରାଶିରେ ମଙ୍ଗଳ, ଧନୁ ରାଶିରେ ବୃହସ୍ପତି ଏବଂ ମକର ରାଶିରେ ଶନି ରହିବେ। ଏହି ଦିନଟି ବିବାହ କାର୍ଯ୍ୟ ବେଶ ପ୍ରଯୁଜ୍ୟ।

ଏହି ଦିନରେ ଧଳା କିମ୍ବା ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ୍। ପୂର୍ବ କିମ୍ବା ଉତ୍ତର ଦିଗକୁ ଲକ୍ଷ୍ୟ କରି ମାଆ ସ୍ବରସ୍ବତୀଙ୍କ ପୂଜା କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.