ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ବୟାନ ରେକର୍ଡ କରିବେ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ, ତାରିଖ ଧାର୍ଯ୍ୟ

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୭: ବାବ୍ରି ମସଜିଦ ଭଙ୍ଗା ମାମଲାରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ କରାଯିବ। ମାମଲାର ଶୁଣାଣି କରୁଥିବା ସିବିଆଇ ସ୍ୱତନ୍ତ୍ର ଅଦଲାତ ସୋମବାର ଏଥିଲାଗି ତାରିଖ ଘୋଷଣା କରିଛନ୍ତି।  ସିଆରପିସି ଧାରା ୩୧୩ ଅନୁସାରେ କୋର୍ଟ ଜୁଲାଇ ୨୩ରେ ମୂରଲୀ ମନୋହର ଯୋଶୀ ଓ ୨୪ ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ କରିବେ। ଭିଡିଓ କନଫରେନସିଂରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡିଛି।

{"id":303119,"sizeSlug":"large"}

ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ବରିଷ୍ଠ ବିଜେପି ନେତ୍ରୀ ସୁଶ୍ରୀ ଉମାଭାରତୀ ଗତ ଗୁରୁବାର କୋର୍ଟରେ ହାଜର ହୋଇଥିଲେ। ଉମାଭାରତୀ ମାମଲାର ୧୯ତମ ଅଭିଯୁକ୍ତ ହୋଇଥିବା ବେଳେ ସ୍ୱତନ୍ତ୍ର ସିବିଆଇ ନ୍ୟାୟାଧୀଶ ଏସ୍.କେ. ଯାଦବଙ୍କ ଅଦାଲତରେ ମସଜିଦ୍‌ ଭଙ୍ଗା ନେଇ ତାଙ୍କ ବୟାନ ରଖିଥିଲେ। ସେ କହିଥିଲେ ଯେ ୧୯୯୨ ମସିହାର ଏହି ଘଟଣାରେ ତତ୍କାଳୀନ କଂଗ୍ରେସ ସରକାର ରାଜନୈତିକ ଆକ୍ରୋଶ ରଖି ମାମଲାରେ ତାଙ୍କୁ ଅଭିଯୁକ୍ତ କରିଥିଲେ। ତେବେ ଘଟଣା ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କୋର୍ଟଙ୍କୁ ସୂଚିତ କରିଥିଲେ।

{"id":303120,"width":586,"height":335,"sizeSlug":"large"}

ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ସିବିଆଇ ପ୍ରମାଣ ଉପସ୍ଥାପନା କରିବାରୁ ଏହା ସବୁ ରାଜନୈତିକ ଶତ୍ରୁତା ଯୋଗୁ ବୋଲି ସେ କହିଥିଲେ। ତତ୍କାଳୀନ  କେନ୍ଦ୍ର  ସରକାର ରାଜନୈତିକ ସ୍ୱାର୍ଥ ଲାଗି ସେ ଓ ତାଙ୍କ ଭଳି ଅନ୍ୟ ଲୋକଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ କରିଛନ୍ତି। ତେବେ କୋର୍ଟରୁ ବାହାରକୁ ଆସିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାମମନ୍ଦିର ଅଭିଯାନରେ ନିଜକୁ ସମ୍ପୃକ୍ତ କରି ସେ ଗୌରବାନ୍ୱୀତ ମନେ କରୁଥିବା ଉମାଭାରତୀ କହିଥିଲେ।

{"id":303122,"width":583,"height":275,"sizeSlug":"large"}

ଉମାଭାରତୀ ନ୍ୟାୟାଳୟଙ୍କୁ ଦେଇଥିବା ବୟାନ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନଥିଲେ। କହିଥିଲେ ଯେ ଭାରତୀୟ ଆଇନକୁ ମୁଁ ବେଦ ଭଳି ସ୍ୱୀକାର କରେ ଓ କୋର୍ଟରେ ଅଧିଷ୍ଠିତ ନ୍ୟାୟାଧୀଶଙ୍କୁ ଭଗବାନ ମାନେ ତାଙ୍କ ସମକ୍ଷରେ ଯାହା ବି କହିଛି ଏହା ଉପରେ ମୁଁ କୌଣସି ମନ୍ତବ୍ୟ ଦେଇ ପାରିବି ନାହିଁ। କାରଣ ମାମଲାରେ ଏବେ ନ୍ୟାୟ ମିଳିବା ବାକି ଅଛି।

{"id":303123,"sizeSlug":"large"}

ତେବେ ଅଯୋଧ୍ୟା ରାମମନ୍ଦିର ୫୦୦ ବର୍ଷର ଏକ ଦୀର୍ଘ ସଂଘର୍ଷ ଥିଲା ବୋଲି ଉମାଭାରତୀ କହିଥିଲେ। ବୋଧ ହୁଏ ବିଶ୍ୱରେ ଏହା ପ୍ରଥମ ଏପରି ଅଭିଯାନ ଥିଲା ଯାହା ପାଞ୍ଚ ଶତାବ୍ଦୀ ଧରି  ଲଗାତାର ବଢିବାରେ ଲାଗିଥିଲା। ଶେଷରେ ଉଚ୍ଚତମ ନ୍ୟାୟାଳୟ ଯେଉଁ ନିଷ୍ପତ୍ତି ଦେଲେ ଓ ଭାରତୀୟମାନେ ଯେପରି ଏହାକୁ ସ୍ୱାଗତ କଲେ ତାହା ଭାରତକୁ  ବିଶ୍ୱରେ ଗୌରବାନ୍ୱୀତ କରିଛି। ବାବ୍ରି ମସଜିଦ୍ ମାମଲାରେ ମୋଟ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ ୨୬ ଜଣଙ୍କ ବୟାନ ରେକର୍ଡ କରିଥିବା ବେଳେ ଏବେ ମୂରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ ହେବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.