ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ : ଅଧିକ ଟେଷ୍ଟିଂ କଲେ ଆସୁଛି ଅଧିକ ପିଜିଟିଭ, 3-T ଫର୍ମୁଲା ଉପରେ ଗୁରୁତ୍ବ
8/04/2021 at 12:15 PM

ଭୁବନେଶ୍ବର ୮।୪: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ଅଧିକ ଟେଷ୍ଟିଂ କଲେ ଅଧିକ ପିଜିଟିଭ ଆସୁଛି । ଏଥିପାଇଁ 3-T ଫର୍ମୁଲା ଉପଯୋଗ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯାହାର ହୋମ୍ ଆଇସୋଲେସନ ପାଇଁ ସୁବିଧା ନଥିବ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖିବାକୁ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ କୁହାଯାଇଛି । ଏଥିପାଇଁ କୋଭିଡ୍ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ଯେଉଁ ମାନେ ସଂକ୍ରମିତ ହେଉଛନ୍ତି ସେଥି ମଧ୍ୟରେ ଅଧିକାଂଶ ଲକ୍ଷଣ ବିହୀନ ବ୍ୟକ୍ତି ପିଜିଟିଭ ଚିହ୍ନଟ ହେଉଛନ୍ତି, ଯେଉଁମାନଙ୍କର କି ହସ୍ପିଟାଲର ବିଶେଷ ଆବଶ୍ୟକତା ପଡୁନାହିଁ । ରାଜ୍ୟ ସରକାର କୋଭିଡ୍ ଦ୍ବିତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସୀମାବର୍ତ୍ତି ଜିଲ୍ଲା ହେଉ ବା ସହରାଞ୍ଚଳ ହେଉ ଯେଉଁ ସ୍ଥାନରୁ ଅଧିକ ପିଜିଟିଭ ଆସୁଛନ୍ତି ସେ ସ୍ଥାନକୁ ମାଇକ୍ରୋ କଣ୍ଟନେମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଉଛି ।