ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ୨୨ଟି ଅଟୋର ନମ୍ବର ଜାରି କଲା ବ୍ରହ୍ମପୁର ମହାନଗର ନିଗମ

Published By : Prameya-News7 Bureau | July 22, 2020 IST

ବ୍ରହ୍ମପୁର୨୨/୭: ଜରୁରୀ କାର୍ଯ୍ୟରେ ଘରୁ ବାହାରୁଥିବା ଯାତ୍ରୀଙ୍କ ଯାତାୟତାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କଲା ବ୍ରହ୍ମପୁର ମହାନଗର ନିଗମ। କରୋନା ଯୋଗୁଁ ବସ୍, ଟ୍ରେନ, ଅଟୋ ଚଳାଚଳ ବନ୍ଦ ରହିଛି। ତେଣୁ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ରାତିରେ ଲୋକଙ୍କ ଯାତାୟାତ ପାଇଁ ୨୨ଟି ଅଟୋ ର ନମ୍ବର ଜାରି କରିଛି ବ୍ରହ୍ମପୁର ମହାନଗର ନିଗମ। ରାତିରେ ଜରୁରୀ କାର୍ଯ୍ୟ ପାଇଁ ଅଟୋରେ ଯାତାୟାତ କରି ହେବ ବୋଲି ସୂଚନା ମିଳିଛି। କିଲୋମିଟର ପିଛା ଅଟୋ ଭଡ଼ା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିସନର ଚକ୍ରବର୍ତ୍ତୀ ସିଂ ରାଠୋର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.